Below header

ଭୁବନେଶ୍ୱରରେ ବିଏମ୍‌ସି ପକ୍ଷରୁ ଚଢାଉ: ବରମୁଣ୍ଡାସ୍ଥିତ ଏକ ମଦ ଦୋକାନରୁ ୧୦ ହଜାର ଟଙ୍କା ଫାଇନ୍ ଆଦାୟ

ଭୁବନେଶ୍ୱର(କେନ୍ଯୁଜ୍): ମହଙ୍ଗା ପଡିଲା କୋଭିଡ୍‌ ନିୟମ ଉଲଂଘନ। ଭୁବନେଶ୍ୱରରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। କୋଭିଡ୍‌ ନିୟମ ଉଲଂଘନ ଅଭିଯୋଗରେ ବରମୁଣ୍ଡାସ୍ଥିତ ଏକ ମଦ ଦୋକାନରେ ଚଢାଉ କରାଯାଇ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ମଦ ଦୋକାନରେ ଅନ୍‌ଲାଇନ୍‌ ପରିବର୍ତ୍ତେ ଅଫ୍‌ଲାଇନ୍‌ରେ ବିକ୍ରି କରାଯାଉଥିଲା। ମଦ କିଣିବା ପାଇଁ ଦୋକାନରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା। ବିଏମ୍‌ସି କର୍ମଚାରୀ ଗ୍ରାହକ ଭାବେ ଯାଇ ମଦ କିଣିବା ପରେ ଦୋକାନରେ ଚଡାଉ କରାଯାଇଥିଲା। ଆଗକୁ ବି ଚଢାଉ ଜାରି ରହିବ ବୋଲି ବିଏମ୍‌ସି କର୍ମଚାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.