Below header

ଉଜ୍ୱଳ ତ୍ୱଚା ଚାହୁଁଥିଲେ ସପ୍ତାହକୁ ୨-୩ଥର ଲଗାନ୍ତୁ ଲିଚୁ କୋଳି ଫେସମାସ୍କ

ସୁନ୍ଦର ତ୍ୱଚା କାହାକୁୁ ବା ନ ଦରକାର । ସୁନ୍ଦରତା ପାଇଁ ଝିଅ ମାନେ ଯେତିକି ଯତ୍ନବାନ ଥାଆନ୍ତି ପୁଅ ମାନେ ମଧ୍ୟ ନିଜ ସ୍କିନ କୁ ନେଇ ଅନେକ କଥା ମାନିଥାନ୍ତି । ଗ୍ଲୋଇଙ୍ଗ ତ୍ୱଚା ସମସ୍ତଙ୍କ ପସନ୍ଦ । ଘରୋଇ ଉପାୟରେ ଆପଣ ଅନେକ କିଛି ମଧ୍ୟ ନିଜ ସ୍କିନ ଉପରେ ପ୍ରୟୋଗ କରୁଥିବେ । କିନ୍ତୁ କେବେ ଲିଚୁ କୋଳିର ଫେସ ପ୍ୟାକ ମୁହଁରେ ଲଗାଇଛନ୍ତି କି?

ତ୍ୱଚା ଚମକାଇବା ପାଇଁ ଲିଚୁ କୋଳିର ଫେସପ୍ୟାକ ହୋଇଥାଏ ସବୁଠୁ ବେଷ୍ଟ । ଏହାକୁ ଆପଣ ଖୁବ ସହଜରେ ଘରେ ତିଆରି କରି ନିଜ ତ୍ୱଚାରେ ଆପ୍ଲାଏ କରିପାରିବେ । ଏହତ୍ତତ୍ୱଚାରେ ଉଜ୍ୱଳତା ଆଣିବା ସହ ଡେଡ ସ୍କିନକୁ ହଟାଇଥାଏ । ତେବେ ଚାଲନ୍ତୁ ଏହାର ପ୍ରୟୋଗ ଏବଂ ପ୍ରଭାବ ସମ୍ପର୍କରେ ।

ପ୍ରସ୍ତୁତି:

– ୪ ରୁ ୫ଟି ଲିଚୁ କୋଳି ନିଅନ୍ତୁ ।
– ଏହାପରେ ପାଚିଲା କଦଳୀର ଏକ ଛୋଟ ଖଣ୍ଡ ପେଷ୍ଟ କରି ରଖନ୍ତୁ ।
– ଏବେ ଲିଚୁ କୋଳିର ପେଷ୍ଟ ପ୍ରସ୍ତୁତ କରନ୍ତୁ ।
– ୨ଟି ପେଷ୍ଟକୁ ଭଲଭାବେ ମିଶାନ୍ତୁ ।
– ପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ପରେ ଧୋଇଦିଅନ୍ତୁ ।

32536
pc: kalam times

ଫାଇଦା:

ସ୍କିନ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ବୟସ ବଢ଼ିବା ସହ ତ୍ୱଚାରେ ମଧ୍ୟ ଉଜ୍ୱଳତା ହ୍ରାସ ପାଇଥାଏ । ଏହାଦ୍ୱାରା ଶରୀରରେ ଅଧିକ ମୁକ୍ତ କଣା ତିଆରି ହୋଇଥାଏ । ଏହା ସ୍କିନକୁ ଖରାପ ପ୍ରଭାବ ପକାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଲିଚୁର କୋଳିର ଫେସମାସ୍କ ଲଗାଇପାରିବେ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଭରପୂର ମାତ୍ରରେ ରହିଥାଏ । ଯାହା ଆପଣଙ୍କ ମୁକ୍ତ କଣା ପାଇଁ ତ୍ୱଚାକୁ ପହଞ୍ଚୁଥିବା ସମସ୍ୟାକୁ ଦୂର କରେ । ଏହାକୁ ଆପଣ ସପ୍ତାହରେ ୨ରୁ୩ ଥର ଲଗାଇପାରିବେ । ଆଲର୍ଜି ଥିଲେ ପ୍ରଥମେ ପରୀକ୍ଷା କରି ପରେ ନିଷ୍ପତ୍ତି ନେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.