LPG ସିଲିଣ୍ଡର ବୁକ୍ କଲେ ମିଳିବ ୯୦୦ ଟଙ୍କା କ୍ୟାସବ୍ୟାକ, ଜାଣନ୍ତୁ କେମିତି?

LPG ସିଲିଣ୍ଡର ବୁକିଂ କଲେ ମିଳୁଛି ସାନଦାର ଅଫର। Paytm ଗ୍ରାହକଙ୍କ ପାଇଁ ଏଭଳି ଅଫର ଜାରି ରଖିଥାଏ। ଯେଉଁମାନେ Paytm ମାଧ୍ୟମରେ LPG ସିଲିଣ୍ଡର ବୁକ୍ କରନ୍ତି ସେମାନଙ୍କ ପାଇଁ ଏକ ଜବରଦସ୍ତ ଅଫର ଅଛି। ଗ୍ରାହକମାନେ ବର୍ତ୍ତମାନ IVR, ମିସ୍ କଲ୍ କିମ୍ବା ହ୍ୱାଟସଆପ୍ ମାଧ୍ୟମରେ ବୁକିଂ କରିଥିବା LPG ସିଲିଣ୍ଡର ପେମେଣ୍ଟ ଘଣ୍ଟାକ ପରେ ମଧ୍ୟ Paytmରେ କରିପାରିବେ। ଏହା ବ୍ୟତୀତ ଏଥିରେ ଅନ୍ୟାନ୍ୟ ଲାଭ ମଧ୍ୟ ଅଛି।

ଗ୍ରାହକ Paytm ଆପ୍ ମାଧ୍ୟମରେ LPG ସିଲିଣ୍ଡର ବୁକିଂ କଲେ କ୍ୟାସବ୍ୟାକ୍ ମଧ୍ୟ ପାଇବେ। ଗୋଟିଏ ସିଲିଣ୍ଡର ବୁକିଂରେ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଉପଲବ୍ଧ ହେବ। ତେବେ, ଏହି କ୍ୟାସବ୍ୟାକ୍ କେବଳ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ Paytmରେ ପ୍ରଥମ ଥର ପାଇଁ ସିଲିଣ୍ଡର ବୁକ୍ କରିବେ। ଏହା ସହିତ, ଉପଭୋକ୍ତାମାନେ ଏସୋର୍ଡ Paytm ଫାଷ୍ଟ ପଏଣ୍ଟ ମଧ୍ୟ ପାଇବେ। ଫଳରେ ଗ୍ରାହତ ନିଜ ୱାଲେଟ୍ ବାଲାନ୍ସରୁ ରିଡିମ୍ କରିବାକୁ ସମର୍ଥ ହେବେ। ଏହି ଅଫର ଭାରତ ପେଟ୍ରୋଲିୟମ, ଇଣ୍ଡିଆନ ଅଏଲ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କମ୍ପାନୀର ଏଲପିଜି ସିଲିଣ୍ଡରରେ ଉପଲବ୍ଧ ହେବ। ତେଣୁ ଯଦି ଆପଣ ଏପର୍ଯ୍ୟନ୍ତ Paytmରୁ ଗ୍ୟାସ ବୁକ୍ କରିନାହାଁନ୍ତି, ତେବେ ତୁରନ୍ତ ତାହା କରନ୍ତୁ ଏବଂ ବମ୍ପର ଅଫର ପାଆନ୍ତୁ।

lpg gas

ସିଲିଣ୍ଡର ବିତରଣକୁ କିପରି ଟ୍ରାକ୍ କରିବେ?

Paytm ପୋଷ୍ଟପେଡରେ ଏନରୋଲ୍ଡ କରିବାପରେ ଗ୍ରାହକମାନେ ସିଲିଣ୍ଡର ବୁକିଂ ପାଇଁ ପେ ଲେଟର ବିକଳ୍ପ ମଧ୍ୟ ପାଇବେ। ଏହା ଅଧୀନରେ, ଆପଣ ସିଲିଣ୍ଡର ବୁକିଂ କରିବା ପରେ ଯେକୌଣସି ସମୟରେ ଆରାମରେ ଆପଣଙ୍କର ଦେୟ ଦେଇ ପାରିବେ ଏବଂ ଡେଲିଭରୀକୁ ଟ୍ରାକ ମଧ୍ୟ କରିପାରିବେ।

ଏହିପରି କରନ୍ତୁ ବୁକିଂ

* କ୍ୟାସବ୍ୟାକ୍ ପାଇବା ପାଇଁ Paytm ଆପର ହୋମ୍ ପେଜ୍  Show more ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ।

* ଏହା ପରେ, ବାମ ପାର୍ଶ୍ୱରେ ଥିବା କଲମରେ ଥିବା Recharge and Pay Bills ଉପରେ କ୍ଲିକ୍ କରନ୍ତୁ।

* ବର୍ତ୍ତମାନ ‘Book a Cylinder’ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ।

* ଏଠାରେ ଆପଣ ଆପଣଙ୍କର ଗ୍ୟାସ୍ ପ୍ରଭାଇଡର କମ୍ପାନୀ ଚୟନ କରିବେ।

* ଗ୍ୟାସ ପ୍ରଦାନକାରୀ ଚୟନ କରିବା ପରେ, ଆପଣଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା LPG ID କିମ୍ବା ଆପଣଙ୍କ କଷ୍ଟମର ନମ୍ବର ଦିଅନ୍ତୁ।

* ବର୍ତ୍ତମାନ Proceed ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତାପରେ ଦେୟ ଦିଅନ୍ତୁ।

* ବର୍ତ୍ତମାନ ଆପଣଙ୍କର ଗ୍ୟାସ୍ ସିଲିଣ୍ଡର ବୁକ୍ ହୋଇଯିବ ଏବଂ ଆପଣଙ୍କ ପ୍ରଦତ୍ତ ଠିକଣାରେ ଡେଲିଭରୀ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.