ଏମିତି ବି ଆସେ ମୃତ୍ୟୁ: ଶୋଇଥିବାବେଳେ ଘର ଉପରକୁ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ବାପା-ମାଆ ଓ ଝିଅ ମୃତ

କୋରାପୁଟ(କେନ୍ୟୁଜ୍): ଶୋଇଥିବାବେଳେ ଏକାସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ଘର ଉପରକୁ ବାଲି ବୋଝେଇ ଟ୍ରକ୍‌ ମାଡିଯିବା ଫଳରେ ବାପା, ମାଆ ଓ ଝିଅର ମୃତ୍ୟୁ ହୋଇଛି। ମୃତକମାନେ ଆନନ୍ଦ କୋଶଲ, ପଦ୍ମା କୋଶଲ ଓ ଜୋସ୍ନା କୋଶଲ। ତେବେ ୧୪ ବର୍ଷ ପୁଅ ଅଳ୍ପକେ ବର୍ତ୍ତି ଯାଇଛି। କୋରାପୁଟ ଜିଲ୍ଲା ସୁନାବେଡା ଭେଜାପୁଟ ଗାଁରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।

Leave A Reply

Your email address will not be published.