ବେଗୁନିଆ : ବିଦ୍ୟୁତ୍ ଆଘାତରେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ଦାବି

ବେଗୁନିଆ(କେନ୍ୟୁଜ): ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ । ବେଗୁନିଆରେ ଘଟିଛି ଅଘଟଣ । ଆଜି ସକାଳୁ ବିଦ୍ୟୁତ ସେବା ବନ୍ଦ ଥିବାରୁ ସ୍ଥାନୀୟ ବିଦ୍ୟୁତ କର୍ମଚାରୀ ସଂଜୀବ କୁମାର ବେହେରା ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଘରମାନଙ୍କରେ ଲାଗିଥିବା ଇନଭରଟରର ରିଟର୍ଣ୍ଣ କରେଣ୍ଟ ସଂସ୍ପର୍ଶରେ ଆସି ଯାଇଥିଲେ।

ସେ ଖୁଣ୍ଟରୁ କରେଣ୍ଟ ଖାଇ ତଳକୁ ଖସି ପଡିଥିଲେ । ତଳେ ଥିବା ସାଥି କର୍ମଚାରୀ ସଂଜୀବଙ୍କୁ ଖୋର୍ଦ୍ଧା ଡାକ୍ତରଖାନାକୁ ନେଇ ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ବିଦ୍ୟୁତକର୍ମଚାରୀ ଜଣକ ନିକଟସ୍ଥ ଖଣନ୍ତି ଗ୍ରାମର ।  ଠିକା କର୍ମଚାରୀ ଭାବେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଥିଲେ । ସ୍ଥାନୀୟ ଲୋକ ମୃତ ସଂଜୀବଙ୍କ ପରିବାର କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.