ପୁରୀ: ଲାଇଟ ହାଉସ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ, ୨ ଉଦ୍ଧାର

ପୁରୀ (କେ ନ୍ୟୁଜ):  ପୁରୀ ଲାଇଟ ହାଉସ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯିବା ପରେ ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଏମାନଙ୍କ ମଧ୍ୟ ଜଣେ ନିଖୋଜ ଥିବା ବେଳେ ତାଙ୍କର କୌଣସି ପତା ମିଳି ପାରିନାହିଁ । ମିଳିଥିବା ସୂଚନାରୁ ଜଣାଯାଇଛି ଯେ ବୁଡିଥିବା ତିନି ଜଣ ହେଲେ ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ୍‌ ପ୍ରକାଶ ଯାଦବ ଓ ସହିଦ ଅନୱର ।

ସେମାନେ ବୁଲିବା ପାଇଁ ପୁରୀ ବେଳାଭୂମି ଆସିଥିଲେ । ଲାଇଟ୍‌ ହାଉସ୍‌ ବେଳାଭୂମିରେ ଗାଧୋଉଥିବା ବେଳେ ଭାସିଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଭାସି ଯାଇଥିବା ୩ ଜଣଙ୍କ ଭିତରୁ ରାହେଶ କୁମାର ସିଂ ଓ ଓମ୍ ପ୍ରକାଶ ଯାଦବଙ୍କୁ ଉଦ୍ଧାର କରି ସମୁଦ୍ର କୂଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ସେମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁରୀ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଏଯାବତ ସହିଦ ଅନୱର ନିଖୋଜ ଅଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଲାଇଫ ଗାର୍ଡଙ୍କ ଏକ ଟିମ ଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.