ପୋଲିସ କେତେବେଳେ କାହା ଉପରେ ଗୁଳି ଚଳାଇପାରେ, ଜାଣନ୍ତୁ ପୋଲିସ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ : ବହୁ ସମୟରେ ପୋଲିସ ଗୁଳି ଚଳାଇବା ନେଇ ଖବର ଆମର ଦୃଷ୍ଟି ଗୋଚର ହୁଏ । ତେବେ ବାସ୍ତବରେ ପୋଲିସକୁ କ’ଣ ଗୁଳି କରିବାକୁ ଅନୁମତି ଦିଆଯାଇଛି । ଯଦି ଦିଆଯାଇଛି କେଉଁ ପରିସ୍ଥିତିରେ ପୋଲିସ ଗୁଳି ଚଳାଇ ପାରିବ । ସେଥିପାଇଁ କ’ଣ ସବୁ ନିୟମ ରହିଛି । ଗୁଳି ଚଳାଇବା ଅଧିକାର ପୋଲିସ ପାଖରେ ରହିଛି କି ନାହିଁ । ଆଜି ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ।

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ମୌରେ ଏପ୍ପଲ ର ଇଂଜିନିୟର ବିବେକ ତିଓ୍ଵାରୀଙ୍କୁ ପୁଲିସ ଗୁଳି କରି ହତ୍ୟା କରିବା ପରେ ଏହାକୁ ନେଇ ସାଧାରଣ ଜନତାଙ୍କ ମନରେ ବହୁ ପ୍ରଶ୍ନ ଉଠିଛି । ବାସ୍ତବରେ ପୋଲିସ କ’ଣ ଯାହାକୁ ନାହିଁ ତାକୁ ଗୁଳି ମାରି ପାରିବ । ଜାଣନ୍ତୁ ପୋଲିସ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ।

ଆଇପିସି ଅନୁସାରେ ପୋଲିସ କେବଳ ସେତେବେଳେ ଗୁଳି ଚଳାଇପାରିବ । ଯଦି କିଏ ହତ୍ୟା କରି ଦୌଡ଼ି ପଳାଇ ଯାଉଛି । କିମ୍ବା ପୋଲିସ ଉପରେ ଆକ୍ରମଣ କରୁଛି । ପୋଲିସ ମାନୁଆଲ ଅନୁଯାୟୀ ସାଧାରଣ କ୍ଷେତ୍ରରେ ପୋଲିସ କାହା ଉପରକୁ ଗୁଳି ଚଳାଇ ପାରିବ ନାହିଁ ।

police

ରାଇଟ ଅଫ୍‌ ପ୍ରାଇଭେଟ୍‌ ଡିଫେନ୍ସରେ ସାଧାରଣ ଲୋକଙ୍କୁ ଅଧିକାର ଦିଆଯାଇଛି ଯେ ନିଜର ଜୀବନ ରକ୍ଷା ପାଇଁ ସେ ଅନ୍ୟ ଉପରେ ଗୁଳି ଚଳାଇ ପାରିବେ । ହେଲେ ପୋଲିସ ଏପରି କରି ପାରିବ ନାହିଁ । କାରଣ ପୋଲିସକୁ ଗୁଳି ଚଳାଇବାକୁ ଟ୍ରେନିଂ ମିଳିଥାଏ ।

ବିନା ପୋଷାକରେ ପୋଲିସ କୌଣସି ସାଧାରଣ ନାଗରିକଙ୍କୁ ଅଟକାଇବା କିମ୍ବା ପଚରା ଉଚରା କରିପାରିବ ନାହିଁ । ରାତିରେ ବି ପୋଲିସ କୌଣସି ଗାଡିକୁ ବିନା ପୋଷାକରେ ଅଟକାଇ ପାରିବ ନାହିଁ ।
ଯଦି ଆପଣ ରାତିରେ କେଉଁଠିକୁ ଯାଉଛନ୍ତି ତେବେ ଚେକିଂ ସମୟରେ ପୋଷାକରେ ଥିବା ପୋଲିସ ଆପଣଙ୍କୁ ଅଟକାଇ ପାରିବ । ପଚରା ଉଚରା ବି କରିପାରିବ । ସନ୍ଦେହ ଆଧାରରେ ଆପଣଙ୍କ ଗାଡ଼ିକୁ ଚେକ୍‌ ମଧ୍ୟ କରିପାରିବ ।

ଆଇନ ଓ ବିଧି ବ୍ୟବସ୍ଥା ଆଧାରରେ ପୋଲିସ କୁ ବିଶେଷ ଅଧିକାର ମିଳିଛି ଚେକିଂ କରିବାକୁ ହେଲେ ଆଇନ ଭିତରେ ରହି କିନ୍ତୁ ଆଇନ ବାହାରକୁ ଯାଇ କରି ପାରିବେ ନାହିଁ । ପୋଲିସ ଆପଣଙ୍କୁ ଦୁର୍ବ୍ୟବହାର କରିପାରିବ ନାହିଁ । ପୋଲିସ ଯଦି ଏପରି କରେ ତେବେ ପୋଲିସ ବିରୋଧରେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ମାମଲା ଦାଏର କରାଯାଇ ପାରିବ ।

ମଦ ପିଇ ଗାଡ଼ି ଚଳାଇବା ବେଆଇନ । ଏପରି ସ୍ଥିତିରେ ଯଦି ପୋଲିସ ଆପଣଙ୍କୁ ଦେଖେ । ତେବେ ପୋଲିସ ଆପଣଙ୍କୁ ରୋକି ପାରିବ କିମ୍ବା ଜରିମାନା ମଧ୍ୟ କରିପାରିବ ।

ଏଫଆଇଆର୍‌ ଗମ୍ଭୀର ମାମଲାରେ ହୋଇଥାଏ । କୌଣସି ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାଏର କରାଯାଇପାରେ । ଯଦି ପୋଲିସ ଏଫଆଇଆର୍‌ ଦାଏର କରିବାକୁ ମନାକରେ ତେବେ ମାଜିଷ୍ଟ୍ରେଟ କୋର୍ଟଙ୍କ ଆଦେଶ ଅନୁଯାୟୀ ମକଦ୍ଦମା ଦାୟର କରାଯାଇ ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.