ସିରିଜ କାର ଦୁର୍ଘଟଣାରେ ୩ ଗୁରୁତର, କାରରୁ ଜବତ ହେଲା ବ୍ରାଉନସୁଗର
ଦୁର୍ଘଟଣା ଘଟାଇ ଫେରାର ହେଉଥିବା ବେଳେ ସୂର୍ଯ୍ଯନଗରରେ କାର ମାଡି ବସିଲେ ଲୋକେ । ଦୁର୍ଘଟଣା ଘଟାଇଥିବା କାରରୁ ଜବତ ହେଲା ବ୍ରାଉନସୁଗର । ଭୁବନେଶ୍ୱର ସୂର୍ଯ୍ୟନଗରରେ କାରଟିକୁ ସ୍ଥାନୀୟ ଲୋକ ମାଡ଼ି ବସିଥିଲେ । କାର ଭିତରୁ ବ୍ରାଉସୁଗର ଜବତ କରାଯାଇଛି ।

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ଘଟଣା ଘଟାଇ ଫେରାର ହେଉଥିବା ବେଳେ ସୂର୍ଯ୍ଯନଗରରେ କାର ମାଡି ବସିଲେ ଲୋକେ । ଦୁର୍ଘଟଣା ଘଟାଇଥିବା କାରରୁ ଜବତ ହେଲା ବ୍ରାଉନସୁଗର । ଭୁବନେଶ୍ୱର ସୂର୍ଯ୍ୟନଗରରେ କାରଟିକୁ ସ୍ଥାନୀୟ ଲୋକ ମାଡ଼ି ବସିଥିଲେ । କାର ଭିତରୁ ବ୍ରାଉସୁଗର ଜବତ କରାଯାଇଛି । ବ୍ରାଉନସୁଗର ଟାଣିବା ସାମଗ୍ରୀ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ୩ ଅଭିଯୁକ୍ତଙ୍କୁ କାବୁ କରିବା ସହ ପୋଲିସ ଜିମା ଦେଇଛନ୍ତି ଲୋକେ । ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି କ୍ୟାପିଟାଲ ଥାନା ପୋଲିସ ।