Below header

ଯାଜପୁର: ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ, ବିରାଟ ଶୋଭାଯାତ୍ରା ବୁଲିଥିଲା ସହର ସାରା

ଯାଜପୁର ଟାଉନ(କେନ୍ୟୁଜ୍):  ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଯାଜପୁର ପୌରପାଳିକା କାର୍ଯ୍ୟାଳୟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପୌରପାଳିକାର ୧୮ ଟି ୱାର୍ଡ ଓ ପୌରାଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ବିଜେପି ପକ୍ଷରୁ ଜ୍ୟେର୍ତିମୟୀ ଦ୍ୱିବେଦୀ ପୌରାଧ୍ୟକ୍ଷା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରିୟଦର୍ଶନୀ ସାମନ୍ତ ପୌରାଧ୍ୟକ୍ଷା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସହରର ରହିଥିବା ବିଭିନ୍ନ ସମସ୍ୟାକୁ ପ୍ରସଂଗ କରି ନିର୍ବାଚନ ଲଢ଼ିବାକୁ ଉଭୟ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀଙ୍କ ସହିତ ବହୁ ସମର୍ଥକ ମଧ୍ୟ ସାମିଲ ହୋଇଥିଲେ ।

ଏପଟେ ସହରର ମୋଟ ୧୮ ଟି ୱାର୍ଡ ରହିଥିବା ବେଳେ ଆଜି ସମସ୍ତ ପ୍ରାର୍ଥି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୮ ଟି କାଉନସିଲ ଏବଂ ଗୋଟିଏ ପୌରାଧ୍ୟକ୍ଷା ଆସନ ପାଇଁ ବିଜେଡି ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ କାଳୀମେଘା ଠାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ପ୍ରାର୍ଥୀ ମାନେ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶୋଭାଯାତ୍ରା ସହର ପରିକ୍ରମା କରିବା ସହିତ ଭୋଟ ଭିକ୍ଷା କରିଥିଲେ ପ୍ରାର୍ଥୀ । ରାଜ୍ୟ ସରକାରଙ୍କ ସଫଳତା ଓ ଯାଜପୁର ବିଧାୟକଙ୍କ ବିକାଶ ମୁଳକ କାର୍ଯ୍ୟ ଯୋଗୁଁ ଦଳୀୟ ପ୍ରାର୍ଥୀ ନିଶ୍ଚୟ ବିଜୟ ଲାଭ କରିବେ ବୋଲି ଆଶା କରିଛନ୍ତି ପ୍ରାର୍ଥୀ। ଚଳିତ ନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ପୌରାଧ୍ୟକ୍ଷା ପାଇଁ ସିଧାସଳଖ ଭୋଟ ଦେବେ ଭୋଟର । ସେଥିପାଇଁ ସମସ୍ତଙ୍କ ନଜର ପୌରାଧ୍ୟକ୍ଷା ଆସନ ଉପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.