ଗିରଫ ହେବେ ସୋନାକ୍ଷୀ ସିହ୍ନା! ଦବଙ୍ଗ ଗାର୍ଲଙ୍କ ବିରୋଧରେ ଜାମିନ୍ବିହୀନ ଓ୍ଵାରେଣ୍ଟ ଜାରି କଲେ କୋର୍ଟ

ବନ୍ଧା ହୋଇପାରନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା। ତାଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି ହୋଇଛି। ଏକ ଠକେଇ ମାମଲାରେ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଜାମିନ୍ ବିହୀନ ପରଓ୍ଵାନା ବା ନନ୍ ବେଲେବଲ ଓ୍ଵାରେଣ୍ଟ ଜାରି ହୋଇଛି। ଫଳରେ ଆଇନ୍ ଜାଲରେ ଫସିଯାଇଛନ୍ତି ଏହି ଅଭିନେତ୍ରୀ। ସୋନାକ୍ଷୀଙ୍କ ବିରୋଧରେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇନଥିବାରୁ ଏହି ମାମଲା ରୁଜୁ ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ସୋନାକ୍ଷୀ ୩୭ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
In the latest development of the 2019 fraud case, a non-bailable warrant has been issued against Sonakshi Sinha.#SonakshiSinha https://t.co/WcocjN9Ilj
— Indiatimes (@indiatimes) March 6, 2022
ରିପୋର୍ଟ ମୁତାବକ, ମୁରାଦାବାଦର କଟଘରର ବାସିନ୍ଦା ପ୍ରମୋଦ ଶର୍ମା ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ସେ ସୋନାକ୍ଷୀଙ୍କୁ ମୁଖ୍ୟ ଅତିଥିଭାବେ ନିମନ୍ତ୍ରିତ କରିଥିଲେ। ଏଥିପାଇଁ ସୋନାକ୍ଷୀ ୩୭ ଲକ୍ଷ ଟଙ୍କା ଆଡଭାନ୍ସରେ ନେଇଥିଲେ। କିନ୍ତୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ। ଫଳରେ ଆୟୋଜକ ତାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ସୋନାକ୍ଷୀଙ୍କର ମ୍ୟାନେଜର ଆୟୋଜକଙ୍କ ଟଙ୍କା ଫେରାଇବାକୁ ମନା କରି ଦେଇଥିଲେ।
ସୋନାକ୍ଷୀ ସିହ୍ନାଙ୍କ ସହ ବାରମ୍ବାର ଯୋଗାଯୋଗ କରିବା ପରେ ବି ପଇସା ଫେରସ୍ତ ନ ମିଳିବାରୁ ସେ ଅଭିନେତ୍ରୀଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ନିଜ ବୟାନ ରେକର୍ଡ କରିବାକୁ ସୋନାକ୍ଷୀ ମଧ୍ୟ ମୁରାଦାବାଦ ଆସିଥିଲେ। କିନ୍ତୁ ତା’ ପରେ ସେ ଲଗାତାର ଶୁଣାଣି ବେଳେ ଅନୁପସ୍ଥିତ ରହିଥିଲେ। ଫଳରେ କୋର୍ଟ ତାଙ୍କ ବିରୋଧରେ ଜାମିନ୍ ବିହୀନ ପରଓ୍ଵାନା ଜାରି କରିଛନ୍ତି। ତେବେ ଏନେଇ ସୋନାକ୍ଷୀ ସିହ୍ନାଙ୍କ ପକ୍ଷରୁ କୌଣସି ବୟାନ ଏବେ ଯାଏଁ ସାମ୍ନାକୁ ଆସି ନାହିଁ।
Also read: ‘ସାରେଗାମାପା’ ବିଜୟିନୀ ହେଲେ ନୀଲାଞ୍ଜନା ରୟ, ମିଳିଲା ଏତେ ଲକ୍ଷର ପୁରସ୍କାର ରାଶି