ପ୍ରଥମଥର ବେଷ୍ଟ ଡିଜାଇନ୍ ସହିତ ଭାରତରେ ସେଲ୍ ହେଲା POCO M4, ରହିଛି ଆକର୍ଷଣୀୟ ଫିଚର୍

ଭାରତୀୟ ମାର୍କେଟକୁ ଗତ ସପ୍ତାହରେ ଆସିଥିବା ନୂଆ ସ୍ମାର୍ଟ ଫୋନ୍ POCO M4 ପ୍ରଥମଥର ପାଇଁ ଆଜି ଏହାର ସେଲ କରିଛି ଭାରତୀୟ ମାର୍କେଟରେ। ଏହାର ମୂଲ୍ୟ ରହିଛି ୧୪,୯୯୯ ଟଙ୍କା। ଆଜି ମଧ୍ୟାହ୍ନ ୧୨ ଟାରେ ଫ୍ଲିପକାର୍ଟରୁ ଏହାର ସେଲ ଲାଗିସାରିଛି। ପୋକୋ M4 PRO ଆପଣ ଫ୍ଲିପକାର୍ଟରୁ କିଣିପାରିବେ।

HDFC ବ୍ୟାଙ୍କ ବ୍ୟବହାରକାରୀଙ୍କୁ ୧୦୦୦ ଟଙ୍କା ରିହାତି ମିଳିବ। ଫୋନ୍ କୁଲ୍ ବ୍ଲୁ, ପୋକୋ ୟେଲୋ ବା ହଳଦିଆ ଏବଂ ପାୱାର ବ୍ଲାକ୍ ରଙ୍ଗରେ କିଣାଯାଇପାରିବ। ପୋକୋ M4 Pro ଆଜି ଭାରତରେ ଏହାର ପ୍ରଥମ ସେଲ ଅର୍ଥାତ୍ ମାର୍ଚ୍ଚ ୬ ରେ ହୋଇସାରିଛି। ଗତ ସପ୍ତାହରେ ଭାରତରେ ପୋକୋ M4 ପ୍ରୋ ଲଞ୍ଚ କରାଯାଇଛି। ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ (MWC 2022) ପରେ ପୋକୋ M4 ପ୍ରୋ ଭାରତୀୟ ବଜାରରେ ଲଞ୍ଚ ହୋଇଛି ।

ପୋକୋ M4 ପ୍ରୋରେ 4G କନେକ୍ଟିଭିଟି ଅଛି ଏବଂ 90Hz ର ରିଫ୍ରେସ୍ ରେଟ୍ ସହିତ 6.43-ଇଞ୍ଚ AMOLED ଡିସପ୍ଲେ ରହିଛି। ପୋକୋ M4 ପ୍ରୋରେ ମିଡିଆ ଟେକ୍ ହେଲିଓ G96 ସଞ୍ଚାଳକ ବା ପ୍ରସେସର ଦିଆଯାଇଛି।

ଏହା ବ୍ୟତୀତ, ଏଥିରେ 8 GB RAM ସହିତ 256 GB ଷ୍ଟୋରେଜ୍ ଅଛି। ପୋକୋ M4 ପ୍ରୋ ଦାମ୍ ବିଷୟରେ କହିବାକୁ ଗଲେ, 64 GB ଷ୍ଟୋରେଜ୍ ସହିତ Poco M4 Pro ର 6 GB RAM ର ମୂଲ୍ୟ ୧୪,୯୯୯ ଟଙ୍କା, 128 GB ଷ୍ଟୋରେଜ୍ ସହିତ 6 GB RAM ର ମୂଲ୍ୟ ୧୬,୪୯୯ ଏବଂ 256 GB ସହିତ 8 GB RAM ର ମୂଲ୍ୟ ୧୭,୯୯୯ ଟଙ୍କା ରହିଛି।

poco m4 pro
Picture Credit- Onsite go

ପୋକୋ M4 ପ୍ରୋ ର ସ୍ପେଶିଫିକେଶନ ବିଷୟରେ କହିବାକୁ ଗଲେ, ପୋକୋ M4 ପ୍ରୋରେ ଆଣ୍ଡ୍ରଏଡ୍ 11 ଆଧାରିତ MIUI 13 ଅଛି। ଏଥିରେ 6.43 ଇଞ୍ଚ ର ଫୁଲ୍ HD + AMOLED ଡିସପ୍ଲେ ଅଛି ଯାହା 1000 ନଟ୍ ବ୍ରାଇଟନେସ ଦେଇଥାଏ। ଏହି ଫୋନରେ 8 GB ପର୍ଯ୍ୟନ୍ତ LPDDR4x RAM ଏବଂ 256 GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସହିତ ମିଡିଆଟେକ ହେଲିଓ G96 ପ୍ରୋସେସର ଅଛି । ଫୋନରେ ଲିକ୍ୱିଡ୍ କୁଲ୍ ଟେକ୍ନୋଲୋଜି 1.0 ରହିଛି । ଏଥିରେ ଆପଣ RAM କୁ 11 GB ପର୍ଯ୍ୟନ୍ତ ବଢ଼ାଇ ପାରିବେ।

ପୋକୋ M4 ପ୍ରୋ ର କ୍ୟାମେରା ମଧ୍ୟ ଭଲ ରହିଛି। ଏହି ପୋକୋ ଫୋନରେ ତିନୋଟି ପଛ କ୍ୟାମେରା ଅଛି ଯେଉଁଥିରେ ପ୍ରାଥମିକ ଲେନ୍ସ 64 ମେଗାପିକ୍ସେଲ ରହିଛି। ଦ୍ୱିତୀୟ ଲେନ୍ସ ହେଉଛି 8 ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍। ଏହା ବ୍ୟତୀତ ଏଥିରେ 2 ମେଗାପିକ୍ସେଲ ମାକ୍ରୋ ସେନସର ମଧ୍ୟ ଅଛି । ସେଲଫି ପାଇଁ ପୋକୋର ଏହି ଫୋନରେ 16 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି।  ପୋକୋ M4 ପ୍ରୋ ବ୍ୟାଟେରୀ ମଧ୍ୟ ଭଲ ରହିଛି।

ପୋକୋ M4 ପ୍ରୋରେ କନେକ୍ଟିଭିଟି ବିକଳ୍ପଗୁଡ଼ିକରେ 4G LTE, ୱାଇ-ଫାଇ, ବ୍ଲୁଟୁଥ୍ v5, 3.5 ମିମି ହେଡଫୋନ୍ ଜ୍ୟାକ୍, ଆଇଆର ବ୍ଲାଷ୍ଟର ଏବଂ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଛି। ଫୋନରେ ଫେସ୍ ଆଇଡି ମଧ୍ୟ ଉପଲବ୍ଧ । 33W ୱାଟ ଫାଷ୍ଟ ଚାର୍ଜିଂ ପାଇଁ ଏଥିରେ 5000mAh ବ୍ୟାଟେରୀ ରହିଛି। କେବଳ ୬୧ ମିନିଟରେ ବ୍ୟାଟେରୀ ଫୁଲ୍ ଚାର୍ଜ ହେଉଛି ବୋଲି କମ୍ପାନୀ ଦାବି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.