‘ସାରେଗାମାପା’ ବିଜୟିନୀ ହେଲେ ନୀଲାଞ୍ଜନା ରୟ, ମିଳିଲା ଏତେ ଲକ୍ଷର ପୁରସ୍କାର ରାଶି

ରିଆଲିଟି ସିଙ୍ଗିଙ୍ଗ୍‌ ଶୋ’ ସାରେଗାମାପା ଜିତିଲେ ନୀଲାଞ୍ଜନା ରୟ। ଚଳିତ ସିଜନ୍‌ର ଟ୍ରଫିକୁ ନୀଲାଞ୍ଜନା ନିଜ ନାଁରେ କରିଛନ୍ତି। ଟ୍ରଫି ବ୍ୟତୀତ ସେ ୧୦ ଲକ୍ଷ ଟଙ୍କାର କ୍ୟାସ୍‌ ପ୍ରାଇଜ୍‌ ବି ହାତେଇଛନ୍ତି। ସେହିପରି ରାଜଶ୍ରୀ ପ୍ରଥମ ରନର୍ସ ଅପ୍‌ ହୋଇଥିବା ବେଳେ ଶରଦ ଶର୍ମା ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ରାଜଶ୍ରୀ ଓ ଶରଦଙ୍କୁ ୫ ଲକ୍ଷ ଓ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶିରେ ସମ୍ମାନିତ କରାଯାଇଛି। ସମସ୍ତ ପ୍ରତିଯୋଗୀଙ୍କୁ ପଦ୍ମଶ୍ରୀ ଉଦିତ୍‌ ନାରାୟଣ ପୁରସ୍କୃତ କରିଛନ୍ତି।

ସୂଚନାଯୋଗ୍ୟ ଯେ ସାରେଗାମାପା ହେଉଛି ଦର୍ଶକଙ୍କ ସବୁଠୁ ପ୍ରିୟ ଶୋ’। ଦୀର୍ଘ ବର୍ଷ ଧରି ଏହି ଶୋ’ ଲୋକଙ୍କ ମନୋରଞ୍ଜନ କରି ଆସୁଛି। ସାରା ଦେଶରେ ଲୋକପ୍ରିୟତା ହାସଲ କରିଥିବା ଏହି ଶୋ’କୁ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ପସନ୍ଦ କରନ୍ତି।

 

View this post on Instagram

 

A post shared by ZEE TV (@zeetv)

ଟ୍ରଫି ଜିତିବା ପରେ ନୀଲାଞ୍ଜନା କହିଛନ୍ତି, ମୁଁ ଏହି ଖୁସିକୁ ଭାଷାରେ ବର୍ଣ୍ଣନା କରିପାରୁନାହିଁ। ଦର୍ଶକ ଓ ଜଜ୍‌ଙ୍କର ଏତେ ଭଲ ପାଇବା ଓ ସ୍ନେହ ପାଇ ମୁଁ ବହୁତ ଖୁସି। ନୀଲାଞ୍ଜନା କହିଛନ୍ତି, ସେ ପ୍ରାକ୍ଟିସ୍‌ ସେସନ୍‌କୁ ସବୁବେଳେ ମିସ୍‌ କରିବେ। ଜି ଟିଭି ତାଙ୍କୁ ନିଜକୁ ପ୍ରମାଣିତ କରିବାକୁ ସୁଯୋଗ ଦେଇଥିବାରୁ ସେ ସବୁ ବେଳେ କୃତଜ୍ଞ ରହିବେ।

ଫିନାଲେ ଏପିସୋଡ୍‌ରେ ନୀଲାଞ୍ଜନା ରୟ, ଶରଦ ଶର୍ମା, ରାଜଶ୍ରୀ ବାଗ୍‌, ସଞ୍ଜନା ଭଟ୍ଟ, ଅନନ୍ୟା ଚକ୍ରବର୍ତ୍ତୀ ଓ ସ୍ନିଗ୍ଧାଜିତ୍‌ ଭୌମିକ ପ୍ରମୁଖ ଟପ୍‌ ୬ ପ୍ରତିଯୋଗୀ ଥିଲେ। ଶୋ’ରେ ଜଜ୍‌ ଶଙ୍କର ମହାଦେବନ୍‌, ହିମେଶ ରେଶମିୟା ଓ ବିଶାଲ ଦଦଲାନୀ ବି ଗୀତ ଗାଇଥିଲେ।

Also Read: ଭାରତ ଫେରୁଛନ୍ତି କିଭ୍‌ରେ ଗୁଳିମାଡ଼ର ଶିକାର ହୋଇଥିବା ହରଜୋତ୍‌ ସିଂହ, ଭିଡିଓ ଜାରି କରି କହିଲେ ୟୁକ୍ରେନ୍‌ରୁ ଫେରିବା କାହାଣୀ