ଆଜି ବି ରାଜ୍ୟରେ ହେବ କାଳବୈଶାଖୀ: ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ

ଆଜି ବି ରାଜ୍ୟରେ ହେବ କାଳବୈଶାଖୀ ବର୍ଷା । ଆଜି ୧୪ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ବି ରହିବ କାଳବୈଶାଖୀ ପ୍ରଭାବ । ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣଂ ଦେଇଛି ପାଣିପାଗ କେନ୍ଦ୍ର । ସକାଳୁ ପାଗ ମେଘୁଆ ରହିଛି ।

ଗତକାଲି ତାଣ୍ଡବ ରଚିଲା କାଳବୈଶାଖୀ । ଅଚାନକ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । ଧୂଳି ଝଡ଼ ସାଙ୍ଗକୁ ବର୍ଷା । ବିଜୁଳି ଓ ଘଡ଼ଘଡ଼ି । ରାଜଧାନୀରେ ଅପରାହ୍‌ଣରେ ଏମିତି ଅଚାନକ ବଦଳିଗଲା ପାଗ । ବେଶ କିଛି ସମୟ ତାଣ୍ଡବ ରଚିଥିଲା କାଳବୈଶାଖି । ପବନରେ ବିଭିନ୍ନ ସ୍ଥାନରେ ଭାଙ୍ଗିଥିଲା ଗଛ । ବିଦ୍ୟୁତ ତାର ଛିଣ୍ଡି ଥିବାରୁ କିଛି ସମୟ ପାଇଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା । ଧୂଳି ଝଡ଼ ପରେ ପରେ ବର୍ଷା ହୋଇଥିଲା । ଦିନରେ ତାତି ଓ ଗୁଳୁଗୁଳି । ଅପରାହ୍‌ଣରେ କାଳବୈଶାଖୀ ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି । ପୁରୀ ଖୋର୍ଦ୍ଧା, କଟକ ଜଗତସିଂହପୁର, କେନ୍ଦ୍ରାପଡାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.