Below header

ଘର ବାରଣ୍ଡାରୁ ୮ବର୍ଷର ଶିଶୁକୁ ଝାମ୍ପିନେଲା କଲରାପତରିଆ

ସନ୍ଧ୍ୟାରେ ଘର ବାରଣ୍ଡାରେ ଖେଳୁଥିବା ବେଳେ ହୁମନ ମାଝିଙ୍କ ୮ବର୍ଷର ପୁଅ ଡମ୍ବରୁଧରକୁ ଟାଣି ନେଲା କଲରାପତରିଆ ବାଘ।ଗାଁ ଲୋକେ ବାଘକୁ ତଡ଼ିବାକୁ ଘଉଡ଼ାଇବା ପରେ କ୍ଷତାକ୍ତ ଶିଶୁଟିକୁ ଅଧା ବାଟରେ ଛାଡି ନିକଟସ୍ଥ ଜଙ୍ଗଲକୁ ପଳେଇଛି । 

କେନ୍ୟୁଜ୍(ବ୍ୟୁରୋ):ଶିଶୁକୁ ଟାଣିନେଲା ବାଘ। ଘର ବାରଣ୍ଡାରୁ ୮ବର୍ଷର ଶିଶୁକୁ ଝାମ୍ପିନେଲା କଲରାପତରିଆ। ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟର କଟିଙ୍ଗପାଣି ଗାଁର ଗୋଧସପଡାରେ ଅଭାବନୀୟ ଘଟଣା । ସନ୍ଧ୍ୟାରେ ଘର ବାରଣ୍ଡାରେ ଖେଳୁଥିବା ବେଳେ ହୁମନ ମାଝିଙ୍କ ୮ବର୍ଷର ପୁଅ ଡମ୍ବରୁଧରକୁ ଟାଣି ନେଲା କଲରାପତରିଆ ବାଘ।ଗାଁ ଲୋକେ ବାଘକୁ ତଡ଼ିବାକୁ ଘଉଡ଼ାଇବା ପରେ କ୍ଷତାକ୍ତ ଶିଶୁଟିକୁ ଅଧା ବାଟରେ ଛାଡି ନିକଟସ୍ଥ ଜଙ୍ଗଲକୁ ପଳେଇଛି ।

କ୍ଷତାକ୍ତ ହୋଇ ଶିଶୁର ମୃତ୍ୟୁ ଘଟିଛି । ଗାଁ ନିକଟରେ ୨ ଟି କଲରାପତରିଆ ବାଘ ବୁଲୁଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଖବରପାଇ ସୁନାବେଡା ବନ୍ୟଜନ୍ତୁ ବିଭାଗ କର୍ମଚାରୀ ଗାଁରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.