ଭିନ୍ନ ପରିଚୟ ଦେଇ ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ଯୁବକ ଗିରଫ

ଜଣେ ମହିଳାଙ୍କ ଠାରୁ ବ୍ଲାକମେଲ୍‌ କରି ବିଭିନ୍ନ ସମୟରେ ପ୍ରାୟ ୧୫ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ନେଇଯାଇଥିଲା ଅଭିଯୁକ୍ତ

ବାସୁଦେବପୁର (କେନ୍ୟୁଜ୍) : ମହିଳାଙ୍କୁ ବ୍ଲାକମେଲ ଅଭିଯୋଗ । ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ଭାଇରାଲ କରିବାର ଧମକ ଦେଇ ଟଙ୍କା ଲୁଟୁଥିବା ଅଭିଯୋଗରେ ଜଣେ ଗିରଫ । ଜଣେ ମହିଳାଙ୍କ ଠାରୁ ବ୍ଲାକମେଲ୍‌ କରି ବିଭିନ୍ନ ସମୟରେ ପ୍ରାୟ ୧୫ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ନେଇଯାଇଥିଲା ଅଭିଯୁକ୍ତ । ଏଥିରେ ନୟାନ୍ତ ହୋଇ ଶେଷରେ ମହିଳାଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରଯାଇଥିଲା । ଅଭିଯୋଗ ପରେ ବାସୁଦେବପୁର ପୋଲିସ ସେହି ଫୋନ୍‌ ନମ୍ବରକୁ ଟ୍ରାକିଙ୍ଗ କରି ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଂଚଳର ଇଯାତପୁର ଗାଁରୁ ଜଣକୁ ଗିରଫ କରିଛି । ଅଭିଯୁକ୍ତ ହେଉଛି ମହମ୍ମଦ ରଫିକ । ତାକୁ ପୋଲିସ୍‌ ତାଙ୍କ ଘରୁ ଗିରଫ କରିଛି ।…

ରଫିକ ବିଭିନ୍ନ ସମୟରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଭିନ୍ନ ପରିଚୟ ଦେଇ ଏଭଳି ଲୁଟିଥିବା ଜଣାପଡ଼ିଛି । ନିଜକୁ ପ୍ରକାଶ ପଟନାୟକ ଭାବେ ପରିଚୟ ଦେଇ ସେ ବେଙ୍ଗାଲୁରୁରର ଏକ ସଫ୍ଟଓୟାର କମ୍ପାନୀରେ କାମ କରୁଛି କହି ଫୋନ କରେ । ମହିଳାମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ପରେ ମୋବାଇଲରେ ଚାଟିଙ୍ଗ କରିଥାଏ । ଏହା ସହିତ ଭିଡିଓ କଲ୍‌ କରି କୌଣସି ଉପାୟରେ ମହିଳାମାନଙ୍କର ଅଶ୍ଳୀଳ ଫୋଟ ସଂଗ୍ରହ କରି ନେଉଥିଲା । ପରେ ସେହି ଫଟୋକୁ ବ୍ୟବହାର କରି ବ୍ଲାକମେଲ୍‌ କରୁଥିଲା । ଯେଉଁ ମହିଳା ଟଙ୍କା ଦେବାକୁ ରାଜି ହେଉନଥିଲେ ତାଙ୍କର ଭିଡିଓ ଭାଇରାଲ କରିଦେବ ଧମକ ଦେଉଥିଲା । ଏ ଘଟଣାରେ ଅତିଷ୍ଠ ହୋଇ ବାସୁଦେବପୁର ଥାନା ଅଂଚଳର ଜଣେ ମହିଳା ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ପୋଲିସ ଏହାକୁ ଆଧାର କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.