ସାବତ ମା’ ମାଡ଼ରେ ଭାଇଭଉଣୀ ଗୁରୁତର ଆହତ, ଆଠଗଡ଼ ମେଡିକାଲରେ ଭର୍ତ୍ତି

ଶିଶୁ ଦୁଇଟିର ଅବସ୍ଥା ଗୁରୁତର ଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ସହ ଆଠଗଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି।  ଶିଶୁ ଦୁଇ ଜଣଙ୍କୁ ଦୀର୍ଘ ଦିନ ହେବ ଅତି ନିର୍ମମ ଭାବରେ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ଦୁଇ ଶିଶୁ।  ରଶିରେ ବାନ୍ଧି ବାଡିରେ ମାରିଥିବା ଅଭିଯୋଗ ଆଣିଛନ୍ତି ଶିଶୁ।

ଆଠଗଡ଼(କେନ୍ୟୁଜ୍): ସାବତ ମା ର ମାଡ଼ ରେ ଦୁଇ ଶିଶୁ ଗୁରୁତର ଆହତ।ଆଠଗଡ଼ ମେଡିକାଲରେ ଭର୍ତ୍ତି। ଏଭଳି ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳରେ। ଆଜି ଗୁରୁତର ଶିଶୁ ଘରୁ ଲୁଚି ଆସିଥିବାବେଳେ  ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଛି। ଶିଶୁ ଦୁଇଟିର ଅବସ୍ଥା ଗୁରୁତର ଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ସହ ଆଠଗଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି।  ଶିଶୁ ଦୁଇ ଜଣଙ୍କୁ ଦୀର୍ଘ ଦିନ ହେବ ଅତି ନିର୍ମମ ଭାବରେ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ଦୁଇ ଶିଶୁ।  ରଶିରେ ବାନ୍ଧି ବାଡିରେ ମାରିଥିବା ଅଭିଯୋଗ ଆଣିଛନ୍ତି ଶିଶୁ। ଶିଶୁ ଦୁଇଟିର ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ବେଳେ ଶିଶୁ ପୁତ୍ରର ଯୌନାଙ୍ଗରେ ରହିଛି ଗଭୀର ଆଘାତ। ସଂପୃକ୍ତ ମାକୁ ଆଠଗଡ଼ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.