ରୁଷ୍‌: ଦାଗେସ୍ତାନ ବିମାନବନ୍ଦରରେ ପାଲେଷ୍ଟାଇନ୍‌ ସମର୍ଥକଙ୍କ ହଙ୍ଗାମା, ଭଙ୍ଗାରୁଜା

ଇସ୍ରାଏଲ ଏବଂ ହମାସ ଭିତରେ ଜାରି ରହିଥିବା ଯୁଦ୍ଧ କେବଳ ଗାଜା ନୁହେଁ, ବରଂ ବିଶ୍ୱର ଅନେକ ଦେଶରେ ମଧ୍ୟ ପ୍ରଭାବ ପକାଇଛି । ଏ ସବୁ ଭିତରେ ବର୍ତ୍ତମାନର ଏକ ଚିତ୍ର ପୂରା ଦୁନିଆକୁ ଦୋହଲାଇ ରଖିଦେଇଛି । ଏ ଚିତ୍ର ହେଉଛି ଋଷର । ଯେଉଁଠି ହମାସ ସମର୍ଥକମାନେ ଇସ୍ରାଏଲରୁ ଆସିଥିବା ଏକ ବିମାନ ଉପରେ ଆକ୍ରମଣ କରିଛନ୍ତି ।

ଇସ୍ରାଏଲ ଏବଂ ହମାସ ଭିତରେ ଜାରି ରହିଥିବା ଯୁଦ୍ଧ କେବଳ ଗାଜା ନୁହେଁ ବରଂ ଏବେ ବିଶ୍ୱର ଅନେକ ଦେଶରେ ମଧ୍ୟ ପ୍ରଭାବ ପକାଇଛି । ଆପଣ ୟୁରୋପରେ ହମାସ ସମର୍ଥକଙ୍କ ତାଣ୍ଡବ ଦେଖିଥିବେ । ଖାଲି ଏତିକି ନୁହେଁ ଭାରତର କେରଳରେ ହମାସ ଆତଙ୍କୀକୁ ଭାଷଣ ଦେବାର ମଧ୍ୟ ଶୁଣିଲେ । କିନ୍ତୁ ଏସବୁ ଭିତରେ ବର୍ତ୍ତମାନର ଏକ ଚିତ୍ର ପୂରା ଦୁନିଆକୁ ଦୋହଲାଇ ରଖିଦେଇଛି । ଏ ଚିତ୍ର ହେଉଛି ଋଷର । ଯେଉଁଠି ହମାସ ସମର୍ଥକମାନେ ଇସ୍ରାଏଲରୁ ଆସିଥିବା ଏକ ବିମାନ ଉପରେ ଆକ୍ରମଣ କରିଛନ୍ତି । ହଁ ଆଜ୍ଞା  ଇସ୍ରାଏଲ ଲଗାତର ଗାଜାରେ ନିଜ ସୈନ୍ୟଙ୍କୁ ନିୟୋଜିତ କରି ରଖିଛି । ଏହାରି ମଧ୍ୟରେ ରବିବାର ଦକ୍ଷିଣ ରୂଷର ଏକ ଅଞ୍ଚଳ ହେଉଛି ଦାଗେସ୍ତାନ ।

ଦାଗେସ୍ତାନ ହେଉଛ ମୁସଲିମ ବହୁଳ ଅଞ୍ଚଳ । ଯେମିତି ହିଁ ଖବର ପହଁଚିଲା ଇସ୍ରାଏଲରୁ ଏକ ବିମାନ ଦାଗେସ୍ତାନରେ ପହଁଚଛି । ତାପରେ ଏହାର କିଛି ସମୟ ମଧ୍ୟରେ ଦେଖିବାକୁ ମିଳିଲା ହଜାର ହଜାର ହମାସ ସମର୍ଥକଙ୍କୁ । ଇସ୍ରାଏଲଙ୍କୁ ଦେଖି ଏହି ମୁସଲିମ ସମର୍ଥକ ନିଜର ଧାର୍ମିକ ନାରା ଲଗାଇବା ଆରମ୍ଭ କରିଦେଲେ । ଦାଗେସ୍ତାନ ମଖାଚକାଳା ସହରରେ ଏୟାରପୋର୍ଟ ଉପରେ ପାଲେଷ୍ଟାଇନ ସମର୍ଥକ ଅଚାନକ ରନେଓ୍ଵରେ ପହଁଚିଗଲେ । ଆଉ ଏହି ସମୟରେ ପ୍ରଦର୍ଶନ କରୁଥିବା ଲୋକମାନେ ରନ େଓ୍ଵକୁ ବନ୍ଦ କରିଦେଲେ । ଯାହାପରେ ରୁଷ୍‌ ବିମାନ ପ୍ରାଧିକରଣ ଦାଗେସ୍ତାନର ମାଖଚକାଳ ଯିବାକୁ ଥିବା ସମସ୍ତ ବିମାନକୁ ଅନ୍ୟ ଏୟାରପୋର୍ଟ ଆଡକୁାଇଭର୍ଟ କରିଦେଲା ।

ସୂଚନା ମୁତାବକ ଗାଜାରେ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ପାଇଁ ଏହି ଲୋକମାନେ ଏକାଠି ହୋଇଥିଲେ । ଆଉ ଏହି ସମୟରେ ପ୍ରଦର୍ଶନକାରୀଙ୍କ ଏକ ଭିଡିଓ ବି ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବିକ୍ଷୋଭକାରୀଙ୍କ ଏକ ବଡ ବଡ ସମୂହ ଏୟାର ଟର୍ମିନାଲରେ ପ୍ରବେଶ କରି ଭିତରେ ଥିବା ଅନେକ ଘର କବାଟକୁ ଭାଙ୍ଗୁଥିବାର ଦେଖିବାକୁ ମିଳୁଛି । ବିକ୍ଷୋଭକାରୀମାନେ ଏୟାରପୋର୍ଟର ବିଲଡିଙ୍ଗରେ ଛିଡା ହୋଇ ପାଲେଷ୍ଟାଇନର ପତାକା ଉଡାଇଲେ ଏବଂ ଆଲହା ହୁ ଆକବର ନାରା ବି ଲଗାଇଲେ ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ବିକ୍ଷୋଭକାରୀମାନେ ଜୋର ଜବରଦସ୍ତ ଡୋରକୁ ଖୋଲୁଛନ୍ତି ଏବଂ ଘର ପଛପଟୁ ଜଣେ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳି ବି କରୁଛନ୍ତି ଏବଂ ରୁମ୍‌ ଡୋରକୁ ଖୋଲିବାକୁ କହୁଛନ୍ତି । ଏହି ସମୟରେ ଏୟାରପୋର୍ଟ କର୍ମଚାରୀ ଭୟଭୀତ ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ସେହିପରି ଶୁଣିବାକୁ ମିଳୁଛି ଯେ ଜଣେ ମହିଳା ଋଷ ଭାଷାରେ କହୁଛନ୍ତି ଏଠାରେ କେହି ବି ଇସ୍ରାଏଲ ନାହାଁନ୍ତି । ତେବେ ଅନେକ ମିଡିଆ ରିପୋର୍ଟ ଅନୁଯାୟୀ ବିକ୍ଷୋଭକାରୀଙ୍କ ଉଦ୍ଦେଶ୍ୟ ଥିଲା ଇସ୍ରାଏଲ ନାଗରିକଙ୍କୁ ଆକ୍ରମଣ କରିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.