Below header

ରାୟଗଡ଼ାରେ ବୁଲୁଛି ମହାରାଷ୍ଟ୍ରର ମହାବଳ, ବାଘର ପାଦ ଚିହ୍ନ ଦେଖି ଲୋକ ଭୟଭୀତ

ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘ ଗଜପତି ପରେ ଏବେ ରାୟଗଡ଼ା ଜିଲ୍ଲା ଜଙ୍ଗଲରେ ପହଞ୍ଚିଛି । ମୁନିଗୁଡ଼ା ବନାଞ୍ଚଳରେ ଘୂରି ବୁଲୁଛି ମହାବଳ ବାଘ । ଜଙ୍ଗଲରେ ମହାବଳ ବାଘର ପାଦ ଚିହ୍ନ ଦେଖିବା ପରେ ଭୟଭୀତ ଲୋକ । ଖବର ପାଇ ଲୋକଙ୍କୁ ସଚେତନ କରାଇଛି ବନ ବିଭାଗ । 

ରାୟଗଡ଼ା (କେନ୍ୟୁଜ): ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘ ଗଜପତି ପରେ ଏବେ ରାୟଗଡ଼ା ଜିଲ୍ଲା ଜଙ୍ଗଲରେ ପହଞ୍ଚିଛି । ମୁନିଗୁଡ଼ା ବନାଞ୍ଚଳରେ ଘୂରି ବୁଲୁଛି ମହାବଳ ବାଘ । ଗୁଡାରୀ ଓ ଚନ୍ଦ୍ରପୁର ଜଙ୍ଗଲ ପାର କରି ମୁନିଗୁଡ଼ା ବନାଞ୍ଚଳରେ ପ୍ରବେଶ କରିଛି । ଗତକାଲି ରାତିରେ ଦହିଖାଲ ପଞ୍ଚାୟତର ବନ୍ଧଗୁଡ଼ା ଗାଁରେ ଗୋଟିଏ ମଇଁଷି ଛୁଆକୁ ଶିକାର କରିଥିବା ଜଣା ପଡିଛି ।

ଜଙ୍ଗଲରେ ମହାବଳ ବାଘର ପାଦ ଚିହ୍ନ ଦେଖିବା ପରେ ଭୟଭୀତ ଲୋକ । ଖବର ପାଇ ଲୋକଙ୍କୁ ସଚେତନ କରାଇଛି ବନ ବିଭାଗ । ଦହିଖାଲ, ବନ୍ଧଗୁଡା, ଚିଚାଙ୍ଗବୋରି  ଓ ଆଖପାଖ ଅଞ୍ଚଳରେ ଲୋକଙ୍କୁ ଡାକବାଜି ଯନ୍ତ୍ର ଜରିଆରେ ଘରୁ ନ ବାହାରିବା ପାଇ ସଚେତନ କରାଯାଉଛି। ଅନ୍ୟପଟେ ବାଘର ଗତିବିଧି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ଲଗାଯାଉଛି ଟ୍ରାପ କ୍ୟାମେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.