ଏକାଠି ଜଳିଲା ୮ ଜୁଇ : ଗାଁ ମଶାଣିରେ ମା ଓ ପୁଅ ବୋହୂଙ୍କ ହେଲା ଅନ୍ତିମ ସଂସ୍କାର, ଲୁହରେ ଭିଜିଲା ପରିବେଶ

ଏକାଠି ଜଳିଲା ଜୁଇ । କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣଙ୍କର ଗତକାଲି ବିଳମ୍ବିତ ରାତିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ମୃତଦେହ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡୀ ବ୍ଲକ ପୋଡ଼ାମାରିରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

କେନ୍ଦୁଝର (କେନ୍ୟୁଜ): ଏକାଠି ଜଳିଲା ଜୁଇ । କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣଙ୍କର ଗତକାଲି ବିଳମ୍ବିତ ରାତିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ମୃତଦେହ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡୀ ବ୍ଲକ ପୋଡ଼ାମାରିରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିଲେ ଫାଟି ପଟିଥିଲା ପୂରା ଗାଁ । ପୋଡ଼ାମାରିରେ ଗଜେନ୍ଦ୍ର ପ୍ରଧାନଙ୍କ ପରିବାରକୁ ସ୍ତ୍ରୀ ମିତା ପ୍ରଧାନ, ପୁଅ ଆକାଶ ଓ ବୋହୂ ଲିଲି ପ୍ରଧାନଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଶ୍ମଶାନରେ ଗୋଟିଏ ଜୁଇରେ ମାଆ ଆଉ ଏକ ଜୁଇରେ ପୁଅବୋହୂଙ୍କ ଶବ ସତ୍କାର କରାଯାଇଛି ।

ସେହିପରି ବତାଗଡ଼ ଗାଆଁରେ ବାୟାଘନ ଗୌଡ, ପୁଅ ମଦନ ଗୌଡ ଏବଂ ନାତି ରୁଦ୍ର ଗୌଡର ଶବ ସତ୍କାର କରାଯାଇଛି। ଅନ୍ୟ ମୃତକଙ୍କ ମଧ୍ୟରେ ବାୟା ଗୌଡ ଓ ଯୁଆଇ ବାବୁଲା ଗୌଡଙ୍କ ମୃତ ଶରୀର ଆମ୍ବୁଲାନ୍ସ ଯୋଗେ ଦେଖାଳୀ ପଠା ଯାଇଥିଲା। ଝିଆ ପାପିନି ଗୌଡ ଶବକୁ ପାଳଝାଡି ପଠାଯାଇଥିଲା । ଏହି ଦୁଇ ସଙ୍ଗାତଙ୍କ ପରିବାର ଗୁରୁବାର ରାତିରେ ତାରିଣୀଙ୍କ ଦର୍ଶନ ପାଇଁ ଗାଁରୁ ବାହାରିଥିଲେ । ଗତକାଲି ସକାଳେ ଘଟଗାଁ ବଳିଝୋଡ଼ିରେ ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲି ଯାଇଥିଲା। ମୃତକମାନେ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ । ୬ ମାସ ଭିତରେ ଦୁଇ ଦୁଇଟି ଦୁର୍ଘଟଣା ଘଟିଥିବା ପ୍ରଧାନ ପରିବାରକୁ ଦାରୁଣ ଆଘାତ ଦେଇଥିବା କହିଛନ୍ତି ରେଣୁବାଳା ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.