ପୁଣି କଲରା ପତାରିଆ ବାଘ ଛାଲ ଜବତ, ୫ ଜଣ ବେପାରୀ ଗିରଫ

କେନ୍ୟୁଜ (ବ୍ୟୁରୋ): ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜରେ ବାଘ ଛାଲ ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି ବନ ବିଭାଗ l ବିଶେଷ ସୂତ୍ରରୁ ଖବର ପାଇ ବାଘ ଛାଲ କାରବାର ଚାଲିଥିବା ବେଳେ ବନ ବିଭାଗ ବାଘ ଛାଲ ବ୍ୟାପାରୀଙ୍କୁ ଧରିବା ନେଇ ଉଦ୍ୟମ ଚଳାଇ ସଫଳ ହୋଇଛି l ବାଘ ଛାଲ ଜବତ କରିବା ସହ କାରବାରରେ ଲିପ୍ତ ୫ ଜଣଙ୍କୁ ଧରିଛି ବନ ବିଭାଗ l ଗିରଫ ଅଭିଯୁକ୍ତ ମାନେ ହେଲେ କୁଳିଅଣାର ଖେଲାରାମ ହାଁସଦା ଓ ,ହାମ୍ବିର ଟୁଡୁ ,ବିଶୋଇର ବାଜିନାଥ ହେମ୍ବ୍ରମ ଓ ସନଥ ମାରାଣ୍ଡି ଓ ଜାମଦାର ତୁସିଲ ମୁର୍ମୁ l

ମଣଦା ରେଞ୍ଜ କଟାସ ଅଞ୍ଚଳରୁ ସେପ୍ଟେମ୍ବର ୩ ତାରିଖରେ ମଧ୍ୟ ଏକ ବାଘ ଛାଲ ଜବତ କରିଥିଲା ବନବିଭାଗ l ଗତ ରବିବାର ଅର୍ଥାତ ଅକ୍ଟୋବର ୧୭ ତାରିଖ ଦିନ ଶିମିଳିପାଳ ଅଂଚଳରେ ଚାଲିଥିବା ବାଘ ଛାଲ କାରବାରର ମାଷ୍ଟର ମାଇଣ୍ଡ ଲବ ନାଏକଙ୍କୁ ଗିରଫ କରିଥିଲେ ମଧ୍ୟ କୋଭିଡ ଟେଷ୍ଟ ପାଇଁ ନେଉଥିବା ବେଳେ ବନ ବିଭାଗକୁ ଚକମା ଦେଇ ଫେରାର ହୋଇଯାଇଥିଲେ l ଶିମିଳିପାଳ ଅଞ୍ଚଳରେ ଲୁଚି ଶିମିଳିପାଳକୁ ଧ୍ୱଂସ କରୁଥିବା ଶିକାରୀ ଓ ବ୍ୟାପାରୀଙ୍କ ଉପରେ କଡା ନଜର ରଖିବା ସହ ଅପରାଧୀଙ୍କୁ ଗିରଫ କରିବା ନେଇ ପରିବେଶବିତ ମାନେ ଦାବି କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.