ପାରାଦୀପରେ ବାଘ ଆତଙ୍କ, କଲରାପତରିଆ ବାଘ ବୁଲୁଥିବା ଦେଖିଛନ୍ତି ସୁରକ୍ଷା କର୍ମୀ

ପାରାଦୀପ (କେନ୍ୟୁଜ୍) : ବାଘ ଆତଙ୍କ । ବେଡରିଆ ପାଳାନ୍ଦା ନିକଟ ଏଲପିଜି ଟର୍ମିନାଲରେ କଲରାପତରିଆ ବାଘ ବୁଲୁଥିବା ଦେଖିଛନ୍ତି ସୁରକ୍ଷା କର୍ମୀ । ଗତକାଲି ରାତି ୩ଟାରେ ବାଘଟି ଏଲପିଜୀ ଟର୍ମିନାଲର ଆପ୍ରୋଚ ରୋଡ ଦେଇ ବିପିସିଏଲ ଟର୍ମିନାଲ ଆଡକୁ ଯାଇଥିବା ସୁରକ୍ଷା କର୍ମୀ ସୂଚନା ଦେଇଛନ୍ତି । ଏହାପରେ ପୋଲିସ ଓ ବନ ବିଭାଗକୁ ଖବର ଦିଆଯାଇଛି । ଘଟଣାସ୍ଥଳରେ ପିପିଏଲ ଫାଣ୍ଡି ଅଧିକାରୀ ପହଞ୍ଚିଥିଲେ ବି ବିଭାଗ କର୍ମଚାରୀ ନଥିବାରୁ ଅସନ୍ତୋଷ ଦେଖା ଦେଇଥିଲା । ବାଘଟି ଜନବସିତି ମୁହାଁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି ।

Leave A Reply

Your email address will not be published.