Below header

ଭାରତୀୟ ରେଳବିଭାଗର ବଡ ନିଷ୍ପତ୍ତି, ସମୟ ପୂର୍ବରୁ ୩୨ ଜଣ ଅଧିକାରୀଙ୍କୁ ଦିଆଗଲା ଅବସର

ଭାରତୀୟ ରେଳାବାୟୀ ଏକ ବଡ ନିଷ୍ପତି ନେଇଛନ୍ତି । ନିଷ୍ପତି ଅନୁଯାୟୀ ରେଳାବାୟୀ ତାର ୫୦ ବର୍ଷରୁ ଉର୍ଦ୍ଦ୍ୱ ୩୨ ଜଣ କର୍ମଚାରୀଙ୍କୁ ଅକ୍ଷମତା , କର୍ତ୍ତବ୍ୟର ଅବହେଳା ଓ ଅବାଂଛିତ ଆଚରଣ ପାଇଁ ସମୟ ପୂର୍ବରୁ ସେବାନିବୃତ କରାଯିବା ନେଇ ନିଷ୍ପତି ନେଇଛନ୍ତି । ରେଳବାୟୀର ଜଣେ ବରିଷ୍ଠ କତ୍ତୃପକ୍ଷଙ୍କ ଅନୁଯାୟୀ ଏହା ଦ୍ୱରା ବୋର୍ଡ଼ର ସବୁ ବିଭାଗରେ କର୍ମଚାରୀଙ୍କ କାର୍ଯ୍ୟ କୁଶଳତା ବଢିବା ସହ ପ୍ରଶାସନିକ ସ୍ଥିତିରେ ମଧ୍ୟ ସୁଧାର ଆସିପାରିବ ବୋଲି ଆଶା କରାଯାଉଛି । ସୂଚନା ମୁତାବକ ସମୁଦାୟ ୧୭୮୦ ଅଧିକାରୀଙ୍କ ଉପରେ ସମୀକ୍ଷା କରାଯିବା ପରେ ୩୨ ଜଣଙ୍କୁ ସେବାନିବୃତ କରାଯିବା ନେଇ ନିଷ୍ପତି ନିଆଯାଇଛି । ଏଥି ମଧ୍ୟରୁ ୨୨ ଜଣ ନିର୍ଦ୍ଦେଶକ ତଥା ତାଠାରୁ ଉପରିସ୍ଥ ଅଧିକାରୀ ଅଛନ୍ତି ।

ଏହା ସହ ପଢନ୍ତୁ: LIC ପଲିସି ଧାରକ ମାନଙ୍କ ପାଇଁ ବଡ ସୂଚନା, ଏଣିକି ପ୍ରିମିୟମ ଭରିବା ଉପରେ ଆଉ ଦେବାକୁ ପଡ଼ିବନି ଶୁଳ୍କ

ସୂଚନା ଦେବା ଯୋଗ୍ୟ ଯେ ପ୍ରଥମ ଥର ୨୦୧୬-୧୭ ଆର୍ଥିକ ବର୍ଷରେ ହିଁ ବୋର୍ଡ ତରଫରୁ ଏହିପରି ଏକ ଅନୁରୂପ ପଦକ୍ଷେପ ନିଆଯାଇଥିଲା ଓ ସମୟ ପୂର୍ବରୁ ୪ ଅଧିକାରୀଙ୍କୁ ସେବା ନିବୃତ କରାଯାଇଥିଲା । ଏହି ସମୟରେ ସମୁଦାୟ ୧୮୨୪ ଅଧିକାରୀଙ୍କର କାର୍ଯ୍ୟକୁ ସମୀକ୍ଷା କରାଯାଇଥିଲା । ଅଧିକାରୀଙ୍କ ଅନୁଯାୟୀ ଏହି ପ୍ରକ୍ରିୟା କନିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିମନ୍ତେ ପ୍ରତି ଜୋନାଲ ରେଳୱେ ଗୁଡିକରେ ଏବେବି ଚାଲୁଅଛି । ଗୁରୁବାର ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କାର୍ମିକ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତିକି ଗଲା ପାଞ୍ଚ ବର୍ଷ ମଧ୍ୟରେ ୯୬ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ସମୁଦାୟ ୨୨୦ ଜଣଙ୍କୁ ସମୟ ପୂର୍ବରୁ ଅବସର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.