Below header

ଟିକଟକ୍‌ରେ ଶ୍ରୀମନ୍ଦିର ଭିଡ଼ିଓ ଭାଇରାଲ ଘଟଣା, ଯୁବତୀଙ୍କ ବିରୋଧରେ ୪ଟି ମାମଲା ରୁଜୁ କଲା ସିଂହଦ୍ୱାର ଥାନା ପୋଲିସ

ପୁରୀ(କେନ୍ୟୁଜ୍): ଟିକ୍‌ଟକ୍‌ କରି ଫସିଗଲେ । ଶ୍ରୀମନ୍ଦିର ଭିଡ଼ିଓ ଭାଇରାଲ କରି ଥାନାରେ ପହଞ୍ଚିଲେ ଯୁବତୀ । ଭିଡ଼ିଓ ଭାଇରାଲ କରିଥିବା ଯୁବତୀଙ୍କୁ ଅଟକ ରଖିଛି ପୁରୀ ସିଂହଦ୍ୱାର ଥାନା ପୋଲିସ । ନିମାପଡ଼ାରେ ସାଂସ୍କୃତିକ କାର୍ଯ୍ୟକ୍ରମବେଳେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ୪ଟି ଆଇନରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅରୁଣ କୁମାର ଜେନା । ୨୯୫(A),୩୦,୬୬ IT ଆକ୍ଟ, ୩୦(କ)ରେ ମାମଲା ରୁଜୁ ହୋଇଛି । ଗତ ୨୮ ତାରିଖରେ ଯୁବତୀଙ୍କ ଟିକଟକ ଆକାଉଣ୍ଟରେ ଶ୍ରୀମନ୍ଦିରର ଭିତର ବେଢା ଓ ଆନନ୍ଦ ବଜାର ଭିଡିଓ ଭାଇରାଲ ହୋଇଥିଲା । ଶ୍ରୀମନ୍ଦିରକୁ ପ୍ରବେଶ ସହ ଭଜନ ମଧ୍ୟ ଭିଡିଓରେ ଉତ୍ତୋଳନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.