Below header

ଚାଳିଶି ଦିନର ଧାରଣା ପରେ ଶାଶୁ ଘରେ ପ୍ରବେଶ କଲେ ଟିନାରାଣୀ, ହେଲେ ସ୍ୱାମୀଙ୍କର ଦେଖାନାହିଁ

ଘର ଆଗରେ ଧାରଣା ଦେଇଥିବା ବୋହୁ ଟିନା ରାଣୀଙ୍କୁ ଶେଷରେ ଘର ଭିତରକୁ ଡାକିଲେ ଶାଶୁ ନମିତା । ଶାଶୁ ଶଶୁର ନିଜ ଘରକୁ ଗଲେ ଆଉ ଧାରଣା ଦେଇଥିବା ବୋହୂ ଟିନାରାଣୀଙ୍କୁ ମଧ୍ୟ ଶେଷରେ ଘରକୁ ଡ଼ାକି ନେଲେ । ଆଉ ଘରେ ରୋଷେଇ କରିବା ଆରମ୍ଭ କଲେ ବୋହୂ ଟିନାରାଣୀ ।

ଭଞ୍ଜନଗର(କେନ୍ୟୁଜ୍‌): ଘର ଆଗରେ ଧାରଣା ଦେଇଥିବା ବୋହୁ ଟିନା ରାଣୀଙ୍କୁ ଶେଷରେ ଘର ଭିତରକୁ ଡାକିଲେ ଶାଶୁ ନମିତା । ଗୁରୁବାର ରାତିରେ, ଶଶୁର ଘର ଲୋକଙ୍କ କାର୍ଯ୍ଯକଳାପକୁ ନେଇ ଗ୍ରାମବାସୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଶାଶୁ ଶଶୁର ଙ୍କ ଘରେ ତାଲା ପକାଇଥିଲେ ଟିନାରାଣୀ । ଶୁକ୍ରବାର ସକାଳେ ଗ୍ରାମବାସୀ ଏବଂ ପୋଲିସ ଉପସ୍ଥିତି ରେ ତାଲା ଭଙ୍ଗାଗଲା । ଶାଶୁ ଶଶୁର ନିଜ ଘରକୁ ଗଲେ ଆଉ ଧାରଣା ଦେଇଥିବା ବୋହୂ ଟିନାରାଣୀଙ୍କୁ ମଧ୍ୟ ଶେଷରେ ଘରକୁ ଡ଼ାକି ନେଲେ । ଆଉ ଘରେ ରୋଷେଇ କରିବା ଆରମ୍ଭ କଲେ ବୋହୂ ଟିନାରାଣୀ ।

ଧାରଣା ଓ ବାଦ ବିବାଦକୁ ୬୪ ଦିନ ପୂରିଗଲା । ଗଂଜାମ ଜିଲ୍ଲା ଗାଲେରୀ ଗାଁରେ ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଥିବା ପ୍ରେମୀଯୁଗଳ ଟିନାରାଣୀ ଓ ଦୁଷ୍ମନ୍ତଙ୍କ ପ୍ରେମକୁ ନେଇ ଘଟିଥିଲା କେତେ କେତେ ଘଟଣା । ପ୍ରଥମେ ପ୍ରେମ ସମ୍ପର୍କ ତାପରେ ପ୍ରେମିକର ଅବହେଳା । ତେଣୁ ପ୍ରେମିକ ଘର ଆଗରେ ଧାରଣା । ଗ୍ରାମବାସୀଙ୍କ ଉପସ୍ଥିତିରେ ଗାଁ ଦାଣ୍ଡରେ ବିବାହ ଏବଂ ପରେ ଟିନାକୁ ଛାଡି ବ୍ରହ୍ମପୁର ଚାଲିଯାଇଥିଲେ ଦୁଷ୍ମନ୍ତ । ଆଉ ବାଧ୍ୟ ହୋଇ ନିଜର ହକ୍‌ ପାଇଁ ସ୍ୱାମୀ ଘର ଆଗରେ ଧାରଣା ଦେଲେ ଟିନାରାଣୀ । ଏମିତି ଧାରଣାରେ କଟିଗଲା ୪୦ ଦିନ । ଏବେ ଗ୍ରାମବାସୀ ଏବଂ ପୋଲିସ ଉପସ୍ଥିତିରେ ଶଶୁର ଘରକୁ ଗଲେ ଟିନା । ଗତ ଡିସେମ୍ବର ୨୪ ତାରିଖରେ ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଗାଲେରୀ ଗାଁର ସୁବାସ ସାହୁଙ୍କ ଘର ଆଗରେ ଧାରଣା ଦେଇଥିଲେ ବ୍ରହ୍ମପୁରର ଝିଅ ଟିନାରାଣୀ । ସୁବାସଙ୍କ ପୁଅ ଦୁଷ୍ମନ୍ତ, ଟିନାରାଣୀଙ୍କୁ ପ୍ରେମ କରୁଥିଲେ । ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

tinarani

ହେଲେ ପ୍ରତିଶୃତି ନ ରଖିବାରୁ , ଗାଲେରୀ ଗାଁକୁ ଆସି ଦୁଷ୍ମନ୍ତଙ୍କ ଘର ଆଗରେ ଧାରଣା ଦେଇଥିଲେ ଟିନା। ଗ୍ରାମବାସୀଙ୍କ ଉପସ୍ଥିତିରେ ଗତ ଡିସେମ୍ବର ୨୯ ତାରିଖରେ ଗାଁ’ ଦାଣ୍ଡରେ ଶଙ୍ଖା ସିନ୍ଦୂର ଓ ବାହା ମୁକୁଟ ପିନ୍ଧି ଉଭୟଙ୍କ ବାହାଘର ହୋଇଥିଲା । ବିବାହ ପରେ ଉଭୟେ ବ୍ରହ୍ମପୁର ଯାଇଥିଲେ । ସେଠାରେ ଟିନାରାଣୀକୁ ଛାଡି ଦୁଷ୍ମନ୍ତ ଚାଲି ଯାଇଥିଲେ । ସେଠାରୁ ଆସି ପୁଣି ଶଶୁର ଘର ଆଗରେ ଧାରଣା ଦେଇଥିଲେ ଟିନା । ଶଶୁରଙ୍କ ଅନ୍ଯ ଏକ ଦୋକାନ ଘର ତାଲା ଭାଙ୍ଗି ସେଠାରେ ରହୁଥିଲେ । ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ହସ୍ତକ୍ଷେପ ପରେ ଘଟଣାର ସମାଧାନ ହୋଇଥିଲା । ଟିନା ଓ ଦୁଷ୍ମନ୍ତଙ୍କର ପୁନର୍ବାର ବୈଦିକ ରୀତିରେ ବିବାହ ପାଇଁ ଯୋଜନା ହେଲା । କିନ୍ତୁ ଦୁଇଦିନ ପୂର୍ବରୁ ଦୁଷ୍ମନ୍ତଙ୍କ ମା ଓ ଭଉଣୀ ଟିନାରାଣିଙ୍କୁ ଦୋକାନ ଘରୁ ବାହାର କରି ମାଡ଼ ମାରି ତଡ଼ି ଦେଇଥିଲେ । ତେଣୁ ଗାଲେରୀ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ଟିନାରାଣୀ । ତାପରେ ଧାରଣରେ ବସିଥିଲେ ବୋହୂ । ୪୦ ଦିନ ପରେ ଶୁକ୍ରବାର ଦିନ ଘଟଣା ଏକପ୍ରକାର ସମାଧାନ ହୋଇଥିବା ବେଳେ ଟିନାରାଣୀ ଶଶୁର ଘର ଭିତରେ ପ୍ରବେଶ କରିଛନ୍ତି । ହେଲେ ସ୍ୱାମୀ ଦୁଷ୍ମନ୍ତ କିନ୍ତୁ ଏଯାଏ ଫେରି ନାହାନ୍ତି । ତାକୁ ନେଇ ଏବେବି ସନ୍ଦେହ ରହିଛି ।

ଏବେ ଟିନାରାଣୀ ଏବଂ ସ୍ଥାନୀୟ ଗ୍ରାମବାସୀ ଦାବି ହେଉଛି ଫେରାର ଥିବା ଦୁଷ୍ମନ୍ତ ଘରକୁ ଆସୁ । କାରଣ ଯାହା ପାଇଁ ଏତେ ବିବାଦ, ଗଣ୍ଡଗୋଳ ସିଏ ଗଲେ କୁଆଡ଼େ ? କଣ ଟିନାଙ୍କ ତପସ୍ୟା ସଫଳ ହେବ ? ପୁରାଣର ଶକୁନ୍ତଳାକୁ ଭୁଲି ଯାଇ ପୁଣି ଫେରି ପାଇଲା ଭଳି ଟିନାଙ୍କୁ ଦୁଷ୍ମନ୍ତ ମିଳିବେ ? କେବଳ ସମୟ ହିଁ କହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.