ବାହାଘର ଭୋଜି ଖାଇ ଫେରିବା ବେଳେ ବାଟରେ ଜଗିଥିଲା ଯମ, ନେଇଗଲା ପରିବାରର ୫ ଜଣଙ୍କ ଜୀବନ

ବିବାହ ଭୋଜି ଖାଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହିତ ଅଟୋ ଧକ୍କା ହେବା ଫଳରେ ପରିବାରର ୫ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ଦୁଇ ପିଲା ସାମିଲ। ଗୁଜରାଟର ବଡୋଦରାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।

ଗୁଜରାଟର ବଡୋଦରାରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟେ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୨ ଜଣ ପିଲା ରହିଥିବା ଜଣାପଡିଛି । ବଡୋଦରା ଟ୍ରାଫିକ ଏସପି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର ବିବାହ ଉତ୍ସବରେ ସାମିଲ ହୋଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଛି ବୋଲି ଖବର ମିଳିଛି । କାର ସହିତ ଅଟୋ ଧକ୍କା ହେବାକୁ ଯୋଗୁଁ ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ଘଟିବା ପରେ ଭୟଙ୍କର ଚିତ୍କାର ଶୁଣାଯାଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ପିଲା ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛନ୍ତି। ସମସ୍ତ ମୃତଦେହକୁ ବଡୋଦରା ଏସଏସଜି ହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ସୂଚନାଯୋଗ୍ୟ, ବଡୋଦରାର ନାଏକ ପରିବାର ସୋଖଡାରେ ହେଉଥିବା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ବିବାହରେ ଯୋଗ ଦେଇ ଫେରିବା ସମୟରେ କାର ସହିତ ଅଟୋ ଧକ୍କା ହୋଇଥିଲା । ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ପରିଚୟ ମିଳିଛି । ଦୁର୍ଘଟଣାରେ ୧୦ ବର୍ଷ ଏବଂ ୫ ବର୍ଷର ଦୁଇଟି ପିଲା ମଧ୍ୟ ପ୍ରାଣ ହରାଇଛନ୍ତି । ଶବ ବ୍ୟବଚ୍ଛେଦ ପରେ ସମସ୍ତଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିଜନ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.