ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଥାନାରେ ଏତଲା, ପ୍ରତିଶ୍ରୁତି ଦେଇ ବିବାହ ପାଇଁ ନଆସିବାରୁ ଥାନାରେ ପହଞ୍ଚିଲେ ପ୍ରେମିକା ସୋମାଲିକା

ଜଗତସିଂହପୁର(କେନ୍ୟୁଜ): ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଥାନାରେ ଏତଲା। ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପ୍ରେମିକା ସୋମାଲିକା ଦାସ ଏତଲା ଦାୟର କରିଛନ୍ତି। ସୋମାଲିକା ତାଙ୍କ ବାପା ଓ ମାଇଁଙ୍କ ସହ ଥାନାରେ ପହଞ୍ଚି ବିଧାୟକଙ୍କ ନାଁରେ ଏତଲା ଦେଇଛନ୍ତି।
ଗତକାଲି ସବରେଜିଷ୍ଟ୍ରାର ଅଫିସରେ ଉଭୟଙ୍କ ବିବାହ ହେବାର ଥିଲା। କିନ୍ତୁ ବିଧାୟକ ବିଜୟ ଦାସ ବିବାହ ପାଇଁ ଆସିନଥିଲେ। ଏନେଇ ପ୍ରେମରେ ପ୍ରତାରଣା, ଧୋକା, ପ୍ରତିଶ୍ରୁତି ଦେଇ ପାଳନ ନକରିବା ଆଦି ଅଭିଯୋଗ ଆଣିଛନ୍ତି ସୋମାଲିକା। ପୋଲିସ ଉପରେ ଭରସା ଅଛି ବୋଲି କହିଛନ୍ତି ସୋମାଲିକା।