ଚେଳିତୋଳ ବାଲିଯାତ୍ରା ସରିବା ପରେ ପଡିଆ ସଫା କଲେ ତିର୍ତ୍ତୋଲର ଯୁବ ବିଧାୟକ

ଜଗତସିଂହପୁର(କେନ୍ୟୁଜ୍): ପରିବେଶ ସ୍ଵଛତା ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ଯଦି ଆମେ ନିଜେ ସଫାସୁତୁରା ରହିବା ସହ ପରିବେଶକୁ ସଫା ରଖିବା ତାହେଲେ ଆମେ ଏକ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା । ଏହି ଉକ୍ତିକୁ ଆପେଣେଇଛନ୍ତି ତିର୍ତ୍ତୋଲର ଯୁବ ବିଧାୟକ ବିଜୟ ଶଙ୍କର ଦାସ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଗୋପିଆକୁଦଠାରେ ୭ ଦିନ ଧରି ଚାଲିଥିବା ଚେଳିତୋଳ ବାଲିଯାତ୍ରା ସଫଳତାର ସହ ଶେଷ ହୋଇଥିବାବେଳେ ସେହି ସ୍ଥାନକୁ ତିର୍ତ୍ତୋଲ ଅଞ୍ଚଳ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଜନସାଧାରଣ ଏହି ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ବ୍ୟବସାୟୀକ କାରବାର ମଧ୍ୟ କରିଥାନ୍ତି ।

ଏହା ସାତଦିନ ପରେ ସମାପ୍ତ ହେବା ପରେ ଯାତ୍ରା ପଡିଆ ଅଳିଆ ଆବର୍ଜନାରେ ଭର୍ତି ହୋଇ ରହିଛି। ଯାହାକୁ ସଫା କରିବା ପାଇଁ ଖୋଦ ଅଣ୍ଟା ଭିଡିଛନ୍ତି ବିଧାୟକ ବିଜୟ ଶଙ୍କର ଦାସ। ପଡିଆକୁ ନିଜେ ଝାଡୁ ଧରି ସଫା କରିବା ଆରମ୍ଭ କରିଛନ୍ତି। ତାଙ୍କ ସହିତ ଛାତ୍ର ଓ ଯୁବ ବିଜେଡି କର୍ମୀ , ସ୍ବେଛାସେବୀ ଅନୁଷ୍ଠାନ , ସ୍ଥାନୀୟ ଜନସାଧାରଣ ,ସରପଞ୍ଚ ଓ ସମିଟିସଭ୍ୟ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.