କଟକରେ ତିତ୍‌ଲି ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ୍‌

କଟକ (କେନ୍ଯୁଜ୍) : ତିତ୍‌ଲି ମୁକାବିଲା ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । କୌଣସି ଅଧିକାରୀ ମୁଖ୍ୟାଳୟ ଛାଡି ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି।  ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକରେ ଆଲୋଚନା କରାଯାଇଥଥିଲା । ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସବୁ ଲାଇନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।

ଆଜି ରାତି ଓ ଆସନ୍ତାକାଲି କଟକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କଟକ ସହରରେ କିଭଳି ବର୍ଷା ଜଳ ଜମି ନ ରହିବ ସେଥିପାଇଁ ସିଏମ୍‌ସି ଓ ଜାଇକାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଚୁଡା, ଗୁଡ ଭଳି ଶୁଖିଲା ଖାଦ୍ୟ ଓ ମହମବତୀ, ଦିଆସିଲି ଆଦି ମହଜୁଦ ରଖିଛି ପ୍ରଶାସନ । ରିଲିଫ୍‌ ସାମଗ୍ରୀ ନେଇ ଯାଉଥିବା ଗାଡି ଓ କର୍ମଚାରୀଙ୍କୁ ସୁରକ୍ଷା ଦେବାର ବ୍ୟବସ୍ଥା ମଧ୍ୟ ରହିଛି। ସମସ୍ତ ପ୍ରକାର ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା କହିଛନ୍ତି କଟକ ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.