Below header

ଗୁଗୁଲ ଲଞ୍ଚ କଲା ଦୁଇଟି ଦମଦାର ସ୍ମାର୍ଟଫୋନ, ଜାଣନ୍ତୁ କେତେ ରହିଛି ମୂଲ୍ଯ

ନୂଆଦିଲ୍ଲୀ : ଗୁଗୁଲ ନିକଟରେ ନ୍ଯୁୟର୍କରେ ଆୟୋଜିତ ଇଭେଣ୍ଟରେ ନିଜର ଫ୍ଳାଗସିପ୍ ସ୍ମାର୍ଟଫୋନ୍ ଗୁଗୁଲ ପିକ୍ସଲ୩ ଏବଂ ପିକ୍ସଲ ୩ ଏକ୍ସଏଲ ଲଞ୍ଚ କରିଛି। ଏହା ୩ୟ ବର୍ଷ ଯେବେ ଗୁଗୁଲ ଏଚଟିସିର ସାହାଯ୍ଯରେ ନିଜ ସ୍ମାର୍ଟଫୋନର ହାର୍ଡ଼ଓୟାର ପ୍ରସ୍ତୁତି କରୁଛି। ଚଳିତ ବର୍ଷ ମଧ୍ୟ ଏହି ମୋବାଇଲର ତିନୋଟି ବେରିଏଣ୍ଟରେ ଲଞ୍ଚ କରାଯାଇଛି। ସ୍ମାର୍ଟଫୋନଟି ଆପଣଙ୍କୁ ବ୍ଲାକ୍, କ୍ଲିୟରଲି ହ୍ବାଇଟ୍ ଏବଂ ନଟ୍ ପିଙ୍କ ରଙ୍ଗରେ ଉପଲବ୍ଦ କରାଯାଇଛି। ପିକ୍ସଲ ୩ର ୬୪ଜିବି ଷ୍ଟୋରେଜର ମୂଲ୍ଯ ୪୮ ହଜାର ଟଙ୍କା ରହିଥିବା ବେଳେ ୧୨୮ ଜିବି ଷ୍ଟୋରେଜର ମୂଲ୍ଯ ୫୫,୫୦୦ ଟଙ୍କା ରହିଛି।

pixel_3_xl

ସେହିପରି ପିକ୍ସଲ ୩ ଏକ୍ସଏଲର ୬୪ ଜିବି ଷ୍ଟେରେଜର ମୂଲ୍ଯ ୬୩ ହଜାର ରହିଥିବା ବେଳେ ୧୨୮ଜିବି ଷ୍ଟୋରେଜର ମୂଲ୍ଯ ୭୦,୪୦୦ ଟଙ୍କା ରହିଛି। ଗୁଗୁଲର ଏହି ଦୁଇ ସ୍ମାର୍ଟଫୋନ ପ୍ଲିପକାର୍ଟରେ ଅନଲାଇନରେ ଉପଲବ୍ଧ ହେବ। ଏହା ଛଡ଼ା ଭାରତରେ ଅପଲାଇନରେ ମଧ୍ୟ ଉପଲବ୍ଧ କରାଯିବ। ଏହି ଦୁଇ ସ୍ମାର୍ଟଫୋନର ଡ଼ିସପ୍ଲେ ୫.୫ ଇଞ୍ଚ ଓଏଲଇଡ଼ି ଡ଼ିସପ୍ଲେ ରହିଛି। ଏହାର ରାମ୍ ୪ ଜିବି ରହିଛି। କ୍ଯାମେରା ଫ୍ରଣ୍ଟ ୮ମେଗାପିକ୍ସଲ

ରହିଥିବା ବେଳେ ରିୟର ରହିଛି ୧୨.୨ ମେଗାପିକ୍ସଲ। ସେହିପରି ଗୁଗୁଲ ପିକ୍ସଲ ୩ର ବ୍ଯାଟେରୀ ୨୯୧୫ ଏମଏଏଚ୍ ରହିଥିବା ବେଳେ ପିକ୍ସଲ ୩ଏକ୍ସଏଲର ବ୍ଯାଟେରୀ ୩୪୩୦ ଏମଏଏଚ୍ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.