Below header

ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବାଙ୍କୀ ବନ୍ଦ, ସମସ୍ତ ଛକରେ ଟାୟାର ଜାଳି ରାସ୍ତା ଅବରୋଧ

ବାଙ୍କୀ: ବାଙ୍କୀରେ ଅଖ ଚକ ବନ୍ଦ । ସରପଞ୍ଚଙ୍କ ସ୍ୱାମୀ ଓ ଯୁବ ସାମ୍ବାଦିକଙ୍କୁ ହତ୍ୟା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହ ସମସ୍ତ ଛକରେ ଟାୟାର ଜାଳି ରାସ୍ତା ବନ୍ଦ କରିଛନ୍ତି । କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଉଛି । ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି କଂଗ୍ରେସ ।

ବନ୍ଦ ଯୋଗୁ ଦୋକାନ ବଜାର ଖୋଲିନଥିବା ବେଳେ ଗାଡି ଚଳାଚଳ ବନ୍ଦ ରହିଛି । ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ଯୁବ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ଗୋଡାଇ ଗୋଡାଇ ହତ୍ୟା କରିଥିଲେ ଦୁର୍ବୃତ୍ତ । ଖଜୁରୀପଦାରୁ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ରାସ୍ତାରେ ଟାଙ୍ଗିଆ ଓ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏହି ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.