ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଲା ମୁଣ୍ଡ ନଥିବା ବ୍ୟକ୍ତି, ଭିଡିଓ ହେଲା ଭାଇରାଲ

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହକୁ ଦେଖି ଆପଣେମାନେ ମଧ୍ୟ ବିସ୍ମୟ ହୋଇଯିବେ। ଏଭଳି ଏକ ଭିଡିଓ ୟୁଟ୍ୟୁବରେ ସେୟାର କରାଯାଇଛି, ଯେଉଁ ଭିଡିଓରେ ଜଣେ ମୁଣ୍ଡ ନଥିବା ବ୍ୟକ୍ତି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି। ଧିରେ ଧିରେ ଏହି ଭିଡିଓ ବର୍ତ୍ତମାନ ସମସ୍ତ ସୋସିଆଲ ମିଡିଆ ପ୍ଲେଟଫର୍ମରେ ସେୟାର ହେବାରେ ଲାଗିଛି।

headless-manସୂଚନା ମୁତାବକ ଭିଡିଓରେ ଦେଖିବାକୁ ମିଳିଛି ରାସ୍ତାରେ ଖୁବ୍‌ ଟ୍ରାଫିକ୍‌ ଥିବା ବେଳେ ଜଣେ ମୁଣ୍ଡ ନଥିବା ବ୍ୟକ୍ତି ରାସ୍ତା ପାର୍‌ ହେଉଥିବାର ଦେଖିବାକୁ ମିଳିଛି। ତାଙ୍କ ଏକ ନାଲି ରଙ୍ଗର ବ୍ୟାଗ ମଧ୍ୟ ରହିଥିଲା। ରିପୋର୍ଟ ଅନୁଯାୟୀ ଫେବରୀ ଏଡିକ୍ସନ ନାମର ୟୁଟ୍ୟୁବ୍‌ ଚ୍ୟାନେଲ ଏହି ଭିଡିଓ ସେୟାର କରିଛି। ଟିକ୍‌ଟକ୍‌, ଫେସବୁକ୍‌ ଏବଂ ଟ୍ଵିଟରରେ ମଧ୍ୟ ଏହି ଭିଡିଓ ସେୟାର କରାଯାଇଛି।

video courtesy : Febry Adixxon

ସୂଚନା ଅନୁଯାୟୀ ଏହି ଭିଡିଓ କେବେର ଏବଂ କେଉଁଠାର ସେନେଇ କୌଣସି ସତ୍ୟାସତ୍ୟ ସାମ୍ନାକୁ ଆସିନାହିଁ। ଏହି ଭିଡିଓ ପ୍ରାକୃତ କିମ୍ବା ନକଲି ସେନେଇ ମଧ୍ୟ କିଛି ସୂଚନା ସାମ୍ନାକୁ ଆସିନାହିଁ। ୟୁଟ୍ୟୁବ୍‌ ରେ ଏହି ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.