Below header

ଆଜି ୧୨ ଘଣ୍ଟିଆ ଢେ଼ଙ୍କାନାଳ ବନ୍ଦ ଡାକରା, ଜାଣନ୍ତୁ କାହିଁକି ଏ ପ୍ରତିବାଦ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜାତୀୟ ରାଜପଥ ୫୫ର କାର୍ଯ୍ୟ ସମ୍ପୂର୍ଣ୍ଣରେ ଅହେତୁକ ବିଳମ୍ବ ଓ ବିପର୍ଯ୍ୟସ୍ତ ରାସ୍ତା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଢେ଼ଙ୍କାନାଳ କ୍ରିୟାନୁଷ୍ଠାନ କମିଟି।

ଜିଲ୍ଲା ଓକିଲ ସଂଘର ଆହ୍ୱାନ କ୍ରମେ ଆଜି ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ଏହି ବନ୍ଦ ପାଳନ ପାଇଁ ମିଳିତ ବଜାର କମିଟି, ଜିଲ୍ଲା ବଣିକ ସଂଘ, ବସ୍ ଟ୍ରକ ମାଲିକ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ ଓ କିଛି ସ୍ବେଚ୍ଛାସେବୀ  ସଂଗଠନ ସାମିଲ ହୋଇଛନ୍ତି। ଏହା ସହିତ ଜିଲ୍ଲା ଓକିଲ ସଂଘର ବହୁ କର୍ମକର୍ତ୍ତାଙ୍କ ସମେତ ଢେଙ୍କାନାଳର ବହୁ ଅନୁଷ୍ଠାନ ବୁଦ୍ଧିଜୀବୀ ଓ ଜନସାଧାରଣ ସାମିଲ ହୋଇଛନ୍ତି।

ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ବାକି ସବୁ ବନ୍ଦ କରାଯିବା ସହ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ରେଳରୋକ ଓ ସକାଳ ୭ ରୁ ଦିନ ୨ ଟା ଯାଏ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ସହିତ ଜିଲ୍ଲାପାଳ ଓ ୫୫ ନମ୍ବର ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦେଶକଙ୍କୁ ଏକ ଦାବିପତ୍ର ଦିଆଯିବ। ଖୁବଶୀଘ୍ର ଯଦି ଏଦିଗରେ ପଦକ୍ଷେପ ନିଆନଯାଏ ତେବେ ଆଗାମୀ ଦିନରେ ଆହୁରି ଯୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.