କରୋନାରେ ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଆଶୁ ଆରୋଗ୍ୟ କାମନା କଲେ ପିଏମ୍‌ ମୋଦୀ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେ କରୋନାରେ ସଂକ୍ରମିତ ହୋଇଛନ୍ତି । ପିଏମ ମୋଦି ଟ୍ୱିଟ କରି ତାଙ୍କ ସ୍ଵାସ୍ଥ୍ୟ ଆରୋଗ୍ୟ କାମନା କରିଛନ୍ତି। ଯଦିଓ ସାରା ବିଶ୍ୱରେ କରୋନା ଭାଇରସର ଗତି ମନ୍ଥର ହୋଇସାରିଛି, ତଥାପି ଏହାର ସଂକ୍ରମଣ କମିନି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସୂଚନା ଅନୁଯାୟୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏହାସହ କରୋନାର କିଛି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ସେ ଶୁଖିଲା କାଶ ଓ ଥଣ୍ଡା ହେବା ସହିତ ଥକାପଣ ଅନୁଭବ କରୁଥିଲେ ବୋଲି କୁହାଯାଇଛି।

ରିପୋର୍ଟ ମୁତାବିକ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କରୋନା ସଂକ୍ରମିତ ହେବା ପରେ ଏବେ ସଂଗରୋଧରେ ଅଛନ୍ତି। ଜୁମ୍ କଲ୍ ଓ ଫୋନ୍ କଲ ମାଧ୍ୟମରେ ସେ ତାଙ୍କ ବାସଭବନରୁ ସମସ୍ତ ପୂର୍ବ ନିର୍ଦ୍ଧାରିତ ବୈଠକରେ ଯୋଗଦେବେ ।

ଏନେଇ ପ୍ରଧାନମନ୍ତ୍ରୀ ମୋଦି ଆରୋଗ୍ୟ କାମନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେଙ୍କୁ COVID-19 ରୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ପିଏମ ମୋଦି ଟ୍ୱିଟ କରି ଲେଖିଛନ୍ତି, “ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେଙ୍କୁ କରୋନା ସଂକ୍ରମଣରୁ ଶୀଘ୍ର ଆରୋଗ୍ୟ ଲାଭ କାମନା କରୁଛି। ମୁଁ ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.