ରାଜ୍ଯରେ ୨୪ ଘଣ୍ଟାରେ ୧୧ଶହ ୭୮ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୫୨ ପଜିଟିଭ୍‌

ଭୁବନେଶ୍ୱର(କେନ୍ୟୁଜ୍): କାୟା ମେଲାଉଛି କରୋନା । ଲଗାତାର ୩ ଦିନ ଧରି ୧ହଜାର ଉପରେ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ଶହ ୭୮ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬୯୦ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି ୪୮୮ । ୧୮ ବର୍ଷ ଭିତରେ ଆଉ ୧୪୬ ଜଣ ସଂକ୍ରମିତ ହୋଇଛନ୍ତି ।

ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୫୨ ପଜିଟିଭ୍‌ । ସୁନ୍ଦରଗଡ଼ରୁ ୧୯୪, ସମ୍ବଲପୁରରୁ ୧୧୧ କଟକରୁ ୧୦୪, ମୟୂରଭଞ୍ଜରୁ ୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋଭିଡ୍‌ ଆକ୍ଟିଭ୍‌ କେସ୍‌ ୭ହଜାର ୨୪୫କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.