ପାଖେଇ ଆସୁଛି ରଥଯାତ୍ରା, ସୁପରିଚାଳନା ପାଇଁ ଆଜି ବସିବ ତୃତୀୟ ସମନ୍ଵୟ ବୈଠକ

ପୁରୀ(କେନ୍ୟୁଜ୍) : ଜୁଲାଇ ୪ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତା ପୂର୍ବରୁ ଆଜି ବସୁଛି ତୃତୀୟ ସମନ୍ଵୟ କମିଟି ବୈଠକ । ରଥ ନିର୍ମାଣ,ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ ଓ ଜଳ ଯୋଗାଣ,ରାସ୍ତାଘାଟ ମରାମତି, ସ୍ୱରାଜ ଓ ଡ୍ରେନେଜ ବ୍ୟବସ୍ଥା ଉପରେ ଆଲୋଚନା ହେବ। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିବେ । ମୁଖ୍ୟ ପ୍ରଶାସକ,କେନ୍ଦ୍ରାଞ୍ଚଳ IG,SP,ଜିଲ୍ଲାପାଳ ଓ ସେବାୟତ ପ୍ରତିନିଧି ମଧ୍ୟ ବୈଠକରେ ଉପସ୍ଥିତ ରହିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.