Below header

ଏଫଆଇଏଚ୍‌ ହକି ସେମିଫାଇନାଲରେ ଭାରତ-ଜାପାନ ମୁହାଁମୁହିଁ

ଭୁବନେଶ୍ବର(କେନ୍ୟୁଜ୍): ଏଫଆଇଏଚ୍‌ ସିରିଜ ଫାଇନାଲର କ୍ରସ୍‌ ଓଭର ମ୍ୟାଚରେ ଜାପାନ ଓ ଦକ୍ଷିଣ ଆଫ୍ରିକାର ବାଜିମାତ୍‌ । ପ୍ରଥମ ମ୍ୟାଚ୍‌ରେ ପୋଲାଣ୍ଡକୁ ୬-୨ଗୋଲରେ ପରାସ୍ତ କରି ସେମିଫାଇନାଲର ସ୍ଥାନ ପକ୍କା କରିଛି ଜାପାନ । ଶନିବାର ଭାରତ ସହ ସେମିଫାଇନାଲରେ ମୁହାଁମୁହିଁ ହେବ । ସେହିଳଭି ଦ୍ୱିତୀୟ ମ୍ୟାଚରେ ଋଷିଆକୁ ୨-୧ଗୋଲରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ମ୍ୟାଚ କଡା ଟକ୍କର ସତ୍ତ୍ୱେ ଶେଷରେ ବାଜି ମାରିଥିଲା ଦକ୍ଷିଣ ଆଫ୍ରିକା । ରବିବାର ଫାଇନାଲ ମ୍ୟାଚ୍‌ ଖେଳାଯିବ । ବିଜେତା ଓ ଉପିବିଜେତା ଦଳ ଅଲମ୍ପିକ ଖେଳିବାର ସୁଯୋଗ ପାଇବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.