ଆଜି ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ , ସମ୍ଭାବ୍ୟ ଆଶାୟୀ ତାଲିକାକୁ ନେଇ ହେବ ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍) : ଚୁଡାନ୍ତ ହେବ ପ୍ରାର୍ଥୀ ତାଲିକା। ଆଜି ଦିଲ୍ଲୀରେ ବସୁଛି AICCର ସ୍କ୍ରିନିଂ କମିଟି ବୈଠକ। ବୈଠକରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ନେଇ ଆଲୋଚନା ହେବ। ଏଥିପାଇଁ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦିଲ୍ଲୀ ଗସ୍ତ କରିଛନ୍ତି। ବୈଠକରେ ପ୍ରଦେଶ ନିର୍ବାଚନ କମିଟିରୁ ଯାଇଥିବା ନାମ ଗୁଡିକ ସମ୍ପର୍କରେ ବିସ୍ତାର ଆଲୋଚନା କରାଯିବ। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସିଟ୍‌ ଗୁଡିକୁ ପ୍ରାର୍ଥୀ ଚୟନରେ ଅଗ୍ରାଧିକାର ଦିଆଯିବ। ସ୍କ୍ରିନିଂ କମିଟିର ତର୍ଜମା ପରେ ଆସନ୍ତାକାଲି କେନ୍ଦ୍ରୀୟ ୱାର୍କିଂ କମିଟି ବୈଠକ ବସିବ। ଏହାପରେ ସେଣ୍ଟ୍ରାଲ ଇଲେକସନ୍‌ କମିଟି (ସିଇସି) ବୈଠକ ବସିବ। ରାହୁଲ ଗାନ୍ଧିଙ୍କ ମୋହର ବାଜିବା ପରେ ହିଁ ଟିକେଟ ଘୋଷଣା କରାଯିବ । ବୈଠକରେ ସାଧାରଣ ସମ୍ପାଦକ କେ.ସି ବେଣୁଗୋପଳ, ଓଡ଼ିଶା ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି ସତିସାନ୍‌. ସଦସ୍ୟ ଜିତିନ୍‌ ପ୍ରସାଦ ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ପ୍ରମୁଖ ଯୋଗଦେବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.