ଆଉ ମାତ୍ର ୨୦ଦିନ ପରେ କାର୍ତ୍ତିକ ବ୍ରତ ଆରମ୍ଭ, ଆଜି ବସୁଛି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ପୁରୀ(କେନ୍ୟୁଜ୍): ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ସନ୍ଧ୍ୟା ୫ଟାରେ ବସିବ ବୈଠକ । ଆଉ ମାତ୍ର ୨୦ଦିନ ପରେ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାରୁ ନୀତିକାନ୍ତି, ଦର୍ଶନ ବ୍ୟବସ୍ଥା ଓ ମହାପ୍ରସାଦ ନେଇ ବୈଠକରେ ବିସ୍ତତ ଆଲୋଚନା ହେବ । ଦୀର୍ଘ ଦୁଇବର୍ଷ ପରେ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପ୍ରବଳ ସମାଗମ ହେବା ସମ୍ଭାବନା ରହିଛି । ଆଜି ଛତିଶା ନିଯୋଗ ବୈଠକ ପୂର୍ବରୁ ସବକମିଟି ବୈଠକ ବସି ନୀତି ନିର୍ଘଣ୍ଟ ତାଲିକା ପ୍ରସ୍ତୁତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.