ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ, ଭିଡିଓ କନ୍ଫରେନ୍ସିଂରେ ଉପସ୍ଥିତ ରହି କର୍ମୀମାନଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ୨୪ ତମ ପ୍ରତିଷ୍ଠା ଦିବସ ପାଳୁଛି ଦଳ । କୋଭିଡ୍ ନିୟମକୁ ଅନୁପାଳନ କରି ଦଳୀୟ କାର୍ଯ୍ୟାଳୟରେ ସମାବେଶ ଆୟୋଜନ ହେବ । ଭିଡିଓ କନ୍ଫରେନ୍ସିଂରେ ଉପସ୍ଥିତ ରହି କର୍ମୀମାନଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଭିନ୍ନ ସାଂଗଠନିକ, ସମାଜ କଲ୍ୟାଣ କାର୍ଯ୍ୟକ୍ରମ ସହ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ନିକଟତର ହେବା ଏବଂ ଦଳୀୟ ଏକତା ଶୃଙ୍ଖଳା ବଜାୟ ରଖି ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବାକୁ ଆହ୍ଵାନ କରିଛନ୍ତି ନବୀନ ।