ଆଜି ବର୍ଷର ଶେଷ ଦିନ, ଆସନ୍ତାକାଲି ନୂଆ ବର୍ଷ-୨୦୨୩

ଭୁବନେଶ୍ୱର (କେନ୍ୟୁଜ): ଆଜି ବର୍ଷର ଶେଷ ଦିନ। କାଲି ନୂଆ ବର୍ଷ -୨୦୨୩। ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତଙ୍କ ମନରେ ଉତ୍ସାହ । ବିଦାୟୀ ବର୍ଷର ଶେଷ ଦିନ ଓ ନୂଆବର୍ଷରେ ପୁରୀରେ ଜନସମୁଦ୍ର । ଶ୍ରୀକ୍ଷେତ୍ରକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନୂତନ ବର୍ଷକୁ ସ୍ୱାଗତ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଆରମ୍ଭ ହୋଇଛି ।

ପୁରୀର ସ୍ୱର୍ଣ୍ଣିମ ବେଳାଭୂମି, ରହିବା ଓ ଖାଦ୍ୟପେୟ ସହ ଶ୍ରୀମନ୍ଦିରରେ ଶ୍ରୀଡିଉଙ୍କୁ ଦର୍ଶନ ଲାଗି ପ୍ରତିବର୍ଷ ନୂଆବର୍ଷ ଗହଳିକୁ ବଢାଇ ଦେଇଛି। ଆଜି ଓ କାଲି ନୂଆବର୍ଷରେ ପୁରୀ ବଡ଼ଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ । ନୂଆବର୍ଷ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛି ଜିଲ୍ଲା ଓ ପୋଲିସ ପ୍ରଶାସନ ।

ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା, ସୁରକ୍ଷିତ ସମୁଦ୍ର ସ୍ଥାନ ଓ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ସହ ଜିରୋ ନାଇଟ ସେଲିବ୍ରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେବଳ ଶ୍ରୀମନ୍ଦିର ଭିତରେ ୨୦ ପ୍ଲାଟୁନ ଫୋର୍ସ ଏବଂ ଜଣେ ଅତିରିକ୍ତ ଏସ୍‌ପିଙ୍କୁ ନିୟୋଜିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.