ଆଜି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ, ରାଉରକେଲାରେ ଆଜି କରିବେ ପଦଯାତ୍ରା

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି । ଆଜି ଗସ୍ତର ଦ୍ବିତୀୟ ଦିନ । ଆଜି ରାଉରକେଲାରୁ ଆରମ୍ଭ କରିବେ ଭାରତ ଯୋଡୋ ନ୍ୟାୟ ଯାତ୍ରା । ବେଦବ୍ୟାସ ମନ୍ଦିରରେ ଦର୍ଶନ ସହ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧି ।

ରାଉରକେଲା (କେନ୍ୟୁଜ): ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି । ଆଜି ଗସ୍ତର ଦ୍ବିତୀୟ ଦିନ । ଆଜି ରାଉରକେଲାରୁ ଆରମ୍ଭ କରିବେ ଭାରତ ଯୋଡୋ ନ୍ୟାୟ ଯାତ୍ରା । ବେଦବ୍ୟାସ ମନ୍ଦିରରେ ଦର୍ଶନ ସହ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧି । ଉଦିତନଗରରୁ ପାନପୋଷ ଛକ ଯାଏ ୩ କିଲୋମିଟର ପଦଯାତ୍ରାରେ କରିବେ । ସେଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ରାହୁଲ । କଣ କହିବେ ଓ କାହାକୁ ଟାର୍ଗେଟ କରିବେ ତାଉପରେ ସମସ୍ତଙ୍କର ନଜର ରହିଛି । ଏହାପରେ ଅପରାହ୍ଣରେ ପୁନର୍ବାର ଯାତ୍ରା ଆରମ୍ଭ ହେବ । କୁତ୍ରା, ବଡ଼ଗାଁରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ୧୪ କିଲୋମିଟର ଯାତ୍ରା ପରେ କୁତ୍ରାଠାରେ ଆଉ ଏକ ଜନସଭାକୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି ।

ଏହାପରେ ୬୦ କିଲୋମିଟର ଦୂର ସୁନ୍ଦରଗଡ ବସଷ୍ଟାଣ୍ଡରେ ସାଢ଼େ ୪ଟାରେ ପହଞ୍ଚିବ ଭାରତ ଯୋଡୋ ନ୍ୟାୟ ଯାତ୍ରା । ସନ୍ଧ୍ୟାରେ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ତାପରେ ଝାରସୁଗୁଡ଼ା ଅଭିମୁଖେ ବାହାରିବେ ରାହୁଲ ଗାନ୍ଧି । ଝାରସୁଗୁଡ଼ା ଆମଲିପଲୀ ଗ୍ରାଉଣ୍ଡରେ ରାତ୍ରି ରହଣି ରହିଛି । କାଲି ସକାଳେ ଝାରସୁଗୁଡା ସହରାଞ୍ଚଳ, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ହୋଇ ଓଡିଶା – ଛାତିଶଗଡ଼ ସୀମା ରେଙ୍ଗାଲପାଲି ଯାଏ ଚାଲିବ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା। ଏହାପରେ ଛତିଶଗଡ଼ ଯିବେ ରାହୁଲ ଗାନ୍ଧି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ । ଗତକାଲି ଝାଡ଼ଖଣ୍ଡ ଦେଇ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଥିଲା ଭାରତ ଯୋଡୋ ନ୍ୟାୟ ଯାତ୍ରା । ବୀରମିତ୍ରପୁରରେ ପହଞ୍ଚିଥିବା ପରେ ରାହୁଲ ଗାନ୍ଧିଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଦଳୀୟ ନେତା ଓ କର୍ମୀ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାହୁଲଙ୍କ ଗସ୍ତ ପ୍ରଭାବ ପକାଇବ ବୋଲି ଆଶା ରଖିଛନ୍ତି ରାଜ୍ୟ କଂଗ୍ରେସ ନେତୃତ୍ବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.