ମାଘ ମାସରୁ ଚିନ୍ତା ବଢ଼ାଇଲାଣି ଗ୍ରୀଷ୍ମପ୍ରବାହ, ମାର୍ଚ୍ଚ ବେଳକୁ ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା

ଫେବ୍ରୁଆରୀରେ ଗ୍ରୀଷ୍ଣ ଅନୁଭୂତି। । ଦିନରେ ତାତି ୩୫ ଡିଗ୍ରୀ ଛୁଇଁଥିବା ବେଳେ ରାତିରେ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ରହୁଛି । ଯେଉଁ ସମୟରେ ରାତିରେ କମ୍ବଳ ଘୋଡ଼ାଇ ଶୋଇବା କଥା, ସେତେବେଳେ ଲୋକ ଫ୍ୟାନ୍ ଲଗାଇ ଶୋଉଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ବଦଳୁଛି ଜଳବାୟୁ । ଫେବ୍ରୁଆରୀରେ ଗ୍ରୀଷ୍ଣ ଅନୁଭୂତି । ମାଘରେ ଥଣ୍ଡା ଗାଏବ, ବଢୁଛି ପାରଦ । ରାଜ୍ୟରେ ଦିନ ତାପମାତ୍ରାରେ ବୃଦ୍ଧି । ଦିନରେ ତାତି ୩୫ ଡିଗ୍ରୀ ଛୁଇଁଥିବା ବେଳେ ରାତିରେ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ରହୁଛି । ଯେଉଁ ସମୟରେ ରାତିରେ କମ୍ବଳ ଘୋଡ଼ାଇ ଶୋଇବା କଥା, ସେତେବେଳେ ଲୋକ ଫ୍ୟାନ୍ ଲଗାଇ ଶୋଉଛନ୍ତି । ସକାଳ ୧୧ଟା ବେଳକୁ ଟାଣ ଖରା । ଉପାନ୍ତରୁ ଉପକୂଳ ଯାଏ ରାଜ୍ୟରେ ଏଭଳି ସ୍ଥିତି । ମାଘ ମାସରୁ ଏମିତି ଗ୍ରୀଷ୍ମପ୍ରବାହ ଚିନ୍ତା ବଢ଼ାଇଲାଣି ।

ପାଣିପାଗ ବିଭାଗ କହିଛି, ଓଡ଼ିଶାକୁ ଥଣ୍ଡା ପବନ ଆସୁ ନଥିବାରୁ ଅଧିକ ରହୁଛି ତାପମାତ୍ରା । ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୫ ଡିଗ୍ରୀ ଯାଏ ବଢିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରେକର୍ଡ ହୋଇଛି ୩ରୁ ୭ ଡିଗ୍ରୀ ଅଧିକ ତାପମାତ୍ରା । ଆଗାମୀ ୩ ଦିନ ଯାଏ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଗତକାଲି ୧୩ ସହରରେ ଦିନ ତାପମାତ୍ରା ୩୩ ଡିଗ୍ରୀ ପାର କରିଥିଲା । ପାରଳାଖେମୁଣ୍ଡି ଓ ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା ରହିଥିଲା ୩୫ ଡିଗ୍ରୀ ସେଲସିୟସ୍ । ଟିଟିଲାଗଡ଼ ଓ ମାଲକାନଗିରିରେ ପାରଦ ୩୪.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଭୁବନେଶ୍ବରରେ ଦିନ ତାପମାତ୍ରା ୩୪.୪ ଡିଗ୍ରୀ ଓ କଟକରେ ୩୩ ଡିଗ୍ରୀ ସେଲସିୟସ୍ ରହିଥିଲା ପାରଦ। ମାଘ ମାସରେ ପ୍ରବଳ ଥଣ୍ଡା ପଡ଼େ । କିନ୍ତୁ ଏବର୍ଷ ଫେବ୍ରୁଆରୀ ଆରମ୍ଭରୁ ଦିନ ତାପମାତ୍ରା ବଢିଲାଣି । ଏମିତି ସ୍ଥିତି ହେଲେ ମାର୍ଚ୍ଚ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.