ଆଜି ଲଘୁଚାପର ତୃତୀୟ ଦିନ ବି ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଲାଗିରହିବ ଏହି ସ୍ଥିତି

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସାରା ରାଜ୍ଯରେ ଜାରି ରହିଛି ଲଗାଣ ବର୍ଷା । ଆଜି ତୃତୀୟ ଦିନ ମଧ୍ୟ ବର୍ଷା ହେଉଥିବାର ଦେଖିବାକୁ ମିଳିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୧୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଗତ ତିନି ଦିନର ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି। ବୈତରଣୀ ନଦୀରେ ଜଳ ବିପଦ ସଙ୍କେତ ଉପରେ ଥିବାରୁ ଆତଙ୍କିତ ନଇକୂଳିଆ ଲୋକେ । ଘରଦ୍ୱାର, ବିଲବାଡ଼ି ପାଣି ଘେରରେ।

ସେପଟେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛନ୍ତି ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଶାସନ। ଏପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର। ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୭.୦୫ ମିଟରରେ ପ୍ରବାହିତ ହେଉଛି। ୨୦ରୁ ଧିକ ଗାଁ ପାଣି ଘେରରେ ରହିଛି। ବାହାର୍ଦ୍ଦା- ମଥାନୀ ମୁଖ୍ୟ ରାସ୍ତା ଉପରେ ୨ ଫୁଟ୍‌ର ପାଣି ଚାଲିଛି। ଫଳରେ ଏଠାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.