ଆଜି ଶ୍ରାବଣ ମାସର ତୃତୀୟ ସୋମବାର: ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ

କେନ୍ୟୁଜ୍ : ଶ୍ରାବଣ ମାସର ତୃତୀୟ ସୋମବାରରେ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ। ବାବା ଆଖଣ୍ଡଳମଣୀଙ୍କ ପୀଠରେ ମଧ୍ଯ ପ୍ରବଳ ଭିଡ଼ । ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ଲମ୍ବା ଧାଡିରେ ଠିଆ ହୋଇ ମହାଦେବଙ୍କୁ ଜଳଲାଗି କରୁଛନ୍ତି । ବୋଲବମ୍‌, ହର ହର ବମ୍‌ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ଭୋର ସମୟରେ ପହଡ ଖୋଲାଯିବା ପରେ ପ୍ରଥମେ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି । ପୀଠରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୂତୟନ କରାଯାଇଛି ।

ସେହିପରି ଅନ୍ଯପଟେ ସକାଳୁ ସକାଳୁ ଜଳଲାଗି ପାଇଁ କଟକ ଜିଲ୍ଲା ବଡମ୍ବା ବ୍ଲକର ବାବା ସିଂହନାଥଙ୍କ ଠାରେ ମଧ୍ଯ କାଉଡିଆଙ୍କ ଭିଡ ଜମିଛି। ନିଜର ମନସ୍କାମନା ପୂରଣ ପାଇଁ କାଉଡିଆମାନେ ବାହୁଙ୍ଗିରେ ପାଣି ଭାର ଆଣି ଦେବ ଦେବ ମହାଦେବଙ୍କ ଉପରେ ଜଳଲାଗି କରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବଡମ୍ବା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.