Below header

ଆଜି କୁମାର ପୂର୍ଣ୍ଣିମା, ଆସନ୍ତାକାଲିଠାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ

ଭୁବନେଶ୍ବର: ଆଜି କୁମାର ପୂର୍ଣ୍ଣିମା । ଆସନ୍ତାକାଲିଠାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ କାର୍ତ୍ତିକ ମାସରେ ପୁରୀରେ ହବିଷିଆଳିଙ୍କ ଭିଡ ଜମିଥାଏ । କିନ୍ତୁ ଏବର୍ଷ କରୋନା ସଂକ୍ରମଣ ଦୃଷ୍ଟିରୁ ହବିଷିଆଳୀଙ୍କୁ ପୁରୀ ଆସିବା ମନା ହୋଇଛି । ତେଣୁ ପୁରୀରେ ହବିଷିଆଳିଙ୍କ ଭିଡ ଦେଖିବାକୁ ମିଳିବନି । ପ୍ରଶାସନ ପକ୍ଷରୁ ହବିଷିଆଳିଙ୍କୁ ପୁରୀ ନଆସିବାକୁ ନିବେଦନ କରାଯାଇଛି । ପୁରୀ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ଅନୁସାରେ କୌଣସ ହବିଷିଆଳି ପୁରୀ ଆସିବେ ନାହିଁ ।

ତେବେ ହବିଷିଆଳି ଶ୍ରୀମନ୍ଦିର ଚତୁଃପାଶ୍ୱ ପରିକ୍ରମା କରିବା ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରିବା ପାଇଁ ବ୍ୟବସ୍ଥା ଚାଲିଛି । କାର୍ତିକ ମାସରେ ମହାପ୍ରସାଦ ଯେଭଳି ସମସ୍ତ ଭକ୍ତ ପାଇପାରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିରର ଉଭୟ ଦକ୍ଷିଣ ଓ ଉତ୍ତର ଦ୍ୱାରରେ ଭକ୍ତଙ୍କ ପାଇଁ ମହାପ୍ରସାଦ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.