Below header

ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପଡିବ ଯବନିକା, ଶ୍ରୀ କୃଷ୍ଣଙ୍କ ହାତରେ ବଧ ହେବେ କଂସାସୁର

ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପଡିବ ଯବନିକା । ଦଶମ ଦିନରେ ମଥୁରା ପହଞ୍ଚିଛନ୍ତି ବନ ବିହାରୀ । ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ଆନନ୍ଦ ଓ ଉତ୍ସାହ । ପ୍ରଭୁ ଗୋଲକ ବିହାରୀ ସୁଦାମା ମାଳି ରଜକଙ୍କ ସହ ସାକ୍ଷାତ ସହ ଅସୁନ୍ଦରୀ କୁବୁଜାଙ୍କୁ ଉଦ୍ଧାର କରିବାର ଦୃଶ୍ୟ ଅଭିନୀତ ହୋଇଥିଲା ।

ବରଗଡ଼(କେନ୍ୟୁଜ): ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପଡିବ ଯବନିକା । ଦଶମ ଦିନରେ ମଥୁରା ପହଞ୍ଚିଛନ୍ତି ବନ ବିହାରୀ । ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ଆନନ୍ଦ ଓ ଉତ୍ସାହ । ପ୍ରଭୁ ଗୋଲକ ବିହାରୀ ସୁଦାମା ମାଳି ରଜକଙ୍କ ସହ ସାକ୍ଷାତ ସହ ଅସୁନ୍ଦରୀ କୁବୁଜାଙ୍କୁ ଉଦ୍ଧାର କରିବାର ଦୃଶ୍ୟ ଅଭିନୀତ ହୋଇଥିଲା । ଅନ୍ୟପଟେ ମହାରାଜ କଂସଙ୍କ ନଗର ଭ୍ରମଣ ପରେ ରାଜ ଦରବାରରେ ବିଚଳିତ ହୋଇପଡିଛନ୍ତି ।

ଧନୁଯାତ୍ରାର ଦଶମ ଦିନରେ ଏହି ସବୁ ଦୃଶ୍ୟ ଅଭିନୀତ ହୋଇଥିଲା । ତେବେ ଭଗବାନଙ୍କୁ ପାଖରେ ପାଇ ଆତ୍ମବିଭୋର ହେବା ସହ ପୂଜାର୍ଚ୍ଚନା କରିବାରେ ବ୍ୟସ୍ତ ଥିଲେ ସହରବାସୀ । ବରଗଡ଼ ଉପଜିଲ୍ଲାପାଳଙ୍କ ସହକାରୀ ବାସଭବନଠାରେ ଦେଖିବାକୁ ମିଳିଥିଲା ଉତ୍ସାହର ମାହୋଲ। ସେପଟେ ରଜକ, ସୁଦାମା ମାଳିଙ୍କ ସହ ସାକ୍ଷାତ ଏବଂ କୁବୁଜା ଉଦ୍ଧାର ଦୃଶ୍ୟ ବେଶ ମନୋରମ ଥିଲା ।

ମହାରାଜ କଂସ ଧନୁଯାତ୍ରାର ଦଶମ ଦିନରେ ନଗର ଭ୍ରମଣ ସହ ରଙ୍ଗ ମହଲରେ ଗୀତର ମଜା ଉଠାଉଥିଲେ । କଂସ ଦରବାରକୁ ପହଞ୍ଚି ନ୍ୟାୟ ବିଚାର କରିଥିଲେ । ଏହା ପରେ କଂସ ରାତ୍ରୀ ନିଦ୍ରା ରେ ଥିବାବେଳେ ସ୍ବପ୍ନରେ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି। ହଠାତ୍ ନିଦରୁ ଉଠି ପଡ଼ି ନିଜ ମନ୍ତ୍ରୀ ପାରିଷଦ ଙ୍କୁ ଜଣାଇଛନ୍ତି । ମନ୍ତ୍ରୀ ଓ ସେନାପତି ମହାରାଜ କଂସ ଙ୍କୁ ଆଶ୍ବସ୍ତି କରିଛନ୍ତି ।

ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶେଷ ଦିନ । ଶ୍ରୀ କୃଷ୍ଣଙ୍କ ହାତରେ ବଧ ହେବେ କଂସାସୁର । କୁବଳୟା ହସ୍ତି ବଧ , ଚାଣ୍ତୁର ମୁଷ୍ଟିକ ଆଦି ଅଷ୍ଟ ମଲ୍ଲ ବଧ । ଶିବ ଧନୁ ଭଙ୍ଗ ସହ ମାମୁଁ କଂସ ଙ୍କୁ ବଧ କରିବା ସହ ସତ୍ୟ ସ୍ଥାପନ ଦୃଶ୍ୟ ଅଭିନୀତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.