ଉଦଯାପିତ ହୋଇଯାଇଛି ଯାଜପୁରର ପ୍ରସିଦ୍ଧ ବରୁଣେଶ୍ୱର ମେଳା, ଦେଖିବାକୁ ମିଳିଥିଲା ଦର୍ଶକଙ୍କ ଭିଡ

ଗତ ୯ ଦିନ ଧରି ଚାଲିଥିବା ଯାଜପୁରର ପ୍ରସିଦ୍ଧ ବରୁଣେଶ୍ୱର ମେଳା ଉଦଯାପିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ଗଣପର୍ବ ଭାବେ ପରିଚିତ ଏହି ମେଳାରେ ଚଳିତ ବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଶେଷ ଦିନରେ ଯାତ୍ରା ଦେଖିବା ଠାରୁ ଆରମ୍ଭ କରି ମେଳା ବୁଲିବା ପାଇଁ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା ।

ଗତ ୯ ଦିନ ଧରି ଚାଲିଥିବା ଯାଜପୁରର ପ୍ରସିଦ୍ଧ ବରୁଣେଶ୍ୱର ମେଳା ଉଦଯାପିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ଗଣପର୍ବ ଭାବେ ପରିଚିତ ଏହି ମେଳାରେ ଚଳିତ ବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଶେଷ ଦିନରେ ଯାତ୍ରା ଦେଖିବା ଠାରୁ ଆରମ୍ଭ କରି ମେଳା ବୁଲିବା ପାଇଁ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ଓଲିଉଡ ଓ ଜଲିଉଡ କଳାକାର ମାନଙ୍କ ଦ୍ୱାରା ପରିବେଶିତ ମନୋରଂଜନ କାର୍ଯ୍ୟକ୍ରମ ଦେଖିବା ସହିତ ବିଭିନ୍ନ ଘର କରଣା ସାମଗ୍ରୀ କିଣାକିଣି କରିବା ଏବଂ ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଦର୍ଶକଙ୍କ ବେଶ ଭିଡ ଅନୁଭୁତ ହୋଇଥିଲା ।

ଚଳିତ ବର୍ଷ ଉଦଯାପିତ ହୋଇଛି ବରୁଣେଶ୍ୱର ମେଳା ଓ ମହୋତ୍ସବ । ଗତ ୯ ଦିନ ମେଳା ଭିତରେ କୋଟି କୋଟି ଟଙ୍କାର କାରବାର ହୋଇଛି । ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି । ପ୍ରତିଦିନ ଘରକରଣା ସାମଗ୍ରୀ କିଣିବା ଠାରୁ ଆରମ୍ଭ କରି ଦୋଳି ଖେଳିବା ଓ ବିଭିନ୍ନ ପ୍ରକାର ଘର ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହି ମେଳାର ମୁଖ୍ୟ ଆକର୍ଷଣ ଥାଏ ଯାତ୍ରା । ଚଳିତ ବର୍ଷ ୫ ଟି ଯାତ୍ରା ପାର୍ଟି ଯାତ୍ରା ପରିବେଶଣ କରିଥିବା ବେଳେ ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟକ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ପ୍ରତିବର୍ଷ ପବିତ୍ର ମକରସଂକ୍ରାନ୍ତି ଠାରୁ ଏହି ମେଳା ଆରମ୍ଭ ହୋଇଥାଏ । ପ୍ରତିବର୍ଷ ଏହାର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ୯ ଦିନ ଧରି ଏହି ମେଳା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଗଣପର୍ବ ହୋଇଥିବାରୁ ବହୁ ଦୂରଦୂରାନ୍ତରୁ ବନ୍ଧୁବାନ୍ଧବ ଆସି ଏହି ମେଳାକୁ ଉପଭୋଗ କରିଥାନ୍ତି । ବର୍ଷ ତମାମ ପାଇଁ ଆବଶ୍ୟକତା ଥିବା ଜିନିଷ ପତ୍ର ଏଠାରେ କିଣିବାକୁ ଲୋକଙ୍କ ଭିଡ ହୋଇଥିଲା । ବିଶେଷ କରି ମହିଳା ଓ ଯୁବତୀ ମାନେ ଏହି ମେଳାରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାନ୍ତି । ଚଳିତ ବର୍ଷ ପ୍ରଥମ ଦୁଇ ଦିନ ଧରି ଏକ ମହୋତ୍ସବ ମଧ୍ୟ ହୋଇଥିଲା । ଯେଉଁଥିରେ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତିଙ୍କ ସମେତ ଜିଲାର ବିଧାୟକ ଓ ସାଂସଦ ମାନେ ସାମିଲ ହୋଇଥିଲେ । ମେଳା ଓ ମହୋତ୍ସବକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.