ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଭାରତର କେଉଁ କେଉଁ ସ୍ଥାନରେ ହେବ ଦୃଶ୍ୟମାନ

କେନ୍ଯୁଜ୍: ଆଜି ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି ସଂଗଠିତ ହେବ । ଦିନ ଗୋଟାଏ ୪ ମିନିଟରୁ ୫ଟା ୨୫ ମିନିଟ ପର୍ଯ୍ୟନ୍ତ ରହିବ । ଅପରାହ୍‌ଣ ୩ଟା ୧୩ ମିନିଟରେ ଏହା ଶୀର୍ଷରେ ରହିବ । ପୂର୍ବ ଗ୍ରହଣ ଠାରୁ ଆଜି ଗ୍ରହଣ ଅବଧି ଅଧିକ ରହିବ । ଭାରତର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏହା ଆଂଶିକ ଦେଖାଯିବ ।

ବିହାର, ଆସାମ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ଦୃଶ୍ୟମାନ ହେବ । ତେବେ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକାରେ ଦୃଶ୍ୟମାନ ହେବ । ଏହା ବର୍ଷର ୪ର୍ଥ ଚନ୍ଦ୍ରଗ୍ରହଣ । ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁଆରୀ ୧୦ ତାରିଖରେ ସଂଗଠିତ ହୋଇଥିବା ବେଳେ ଦ୍ୱିତୀୟଟି ଜୁନ ୫ ତାରିଖ ଓ ତୃତୀୟଟ ଜୁଲାଇ ୪ ତାରିଖରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.