Below header

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, କରୋନା କଟକଣା ଯୋଗୁ ଏଥର ଶୁଭିଲାନି ଆ.. କା.. ମା.. ବୈ

ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥର ଶୁଭିଲାନି ଆ.. କା.. ମା.. ବୈ । କରୋନା କଟକଣା ଯୋଗୁ ଫିକା ପଡ଼ିଛି ବୋଇତ ବନ୍ଦାଣ ଉତ୍ସବ । ବୋଇତ ବନ୍ଦାଣକୁ ମନା କରିଛି ପ୍ରଶାସନ । ରାଜଧାନୀର କୌଣସି ଜଳାଶୟ, ପୁଷ୍କରଣୀ କିମ୍ବା ନଦୀରେ ଡଙ୍ଗା ଭସାଣ ହେଇନାହିଁ । କୌଣସି ବ୍ୟକ୍ତି ମନ୍ଦିରକୁ ଯାଇ ଦର୍ଶନ କରିବା ଉପରେ ବି କଟକଣା ଲଗାଯାଇଛି।

ଗାଇଡଲାଇନ୍‌ ପାଳନ କରି କରୋନା ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜଧାନୀବାସୀଙ୍କୁ ଅପିଲ କରିଛି କମିଶନରେଟ୍‌ ପୋଲିସ । ତେଣୁ ଏଥର ଖାଁ ଖାଁ ନଦୀ ଓ ପୁଷ୍କରଣୀ କୂଳ । ବିନ୍ଦୁ ସାଗର, ଦୟା ଓ କୂଆଖାଇ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିନାହିଁ । ମଧ୍ୟରାତ୍ରରୁ ବିନ୍ଦୁ ସାଗର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.