Below header

ଭିଡିଓ ଦେଖିବା ବେଳେ ବାରମ୍ବାର ଅଟକିଯାଉଛି କି! ଏହି ଉପାୟରେ ବଢ଼ାନ୍ତୁ ମୋବାଇଲ୍‌ ନେଟଓ୍ଵାର୍କର ସ୍ପିଡ୍‌

ଭାରତର ଅଧିକାଂଶ ସ୍ମାର୍ଟଫୋନ୍‌ ୟୁଜର ୪ଜି ନେଟ୍‌ଓ୍ଵାର୍କ ହିଁ ବ୍ୟବହାର କରିଥାଆନ୍ତି। କିନ୍ତୁ ସବୁବେଳେ ୪ଜି ସ୍ପିଡ୍‌ରେ ନେଟ୍‌ ଚାଲିନଥାଏ। ବେଳେବେଳେ ନେଟ୍‌ ଏତେ ସ୍ଲୋ ଚାଲେ ଯେ ଭାରି ବିରକ୍ତ ଲାଗେ। ନେଟ୍‌ଓ୍ଵାର୍କ ସ୍ଲୋ ଥିବାରୁ ଜରୁରୀ କାମ ବି ଅଟକିଯାଏ। ବିଭିନ୍ନ କାରଣ ଯୋଗୁ ଏଭଳି ସମସ୍ୟା ଦେଖାଇଥାଏ। ଆପଣଙ୍କ ମୋବାଇଲରେ ବି ଯଦି ନେଟ୍‌ଓ୍ଵାର୍କ ସ୍ଲୋ ଅଛି, ତେବେ ସେଟିଂରେ କେତେକ ପରିବର୍ତ୍ତନ କରି ଆପଣ ଏହାର ସ୍ପିଡ୍‌ ବଢ଼ାଇ ଦେଇପାରିବେ। ଆସନ୍ତୁ ଜାଣିବା କି କି ପରିବର୍ତ୍ତନ କରିବେ…

netନେଟଓ୍ଵାର୍କ ସ୍ପିଡ୍‌ ବଢ଼ାଇବା ପାଇଁ ସବୁଠୁ ଭଲ ନେଟଓ୍ଵାର୍କ ଟାଇପ୍‌ ଚୟନ କରନ୍ତୁ। ଏଥିପାଇଁ ଫୋନ୍‌ର ସେଟିଂକୁ ଯାଇ ନେଟଓ୍ଵାର୍କ ସେଟିଂ ଉପରେ ଟ୍ୟାପ୍‌ କରନ୍ତୁ। ଏଠାରେ Preferred Network Type ରେ ଆପଣଙ୍କୁ 4G କିମ୍ବା LTE ସିଲେକ୍ଟ କରିବାକୁ ପଡ଼ିବ। ଏଭଳି କଲେ ଆପଣଙ୍କ ଫୋନ୍‌ର ନେଟ୍‌ଓ୍ଵାର୍କ ୩ଜି କିମ୍ବା ୨ଜିକୁ ସିଫ୍ଟ ହେବ ନାହିଁ। ଫଳରେ ଭଲ ସ୍ପିଡ୍‌ ମିଳିବ।

ଏହା ବ୍ୟତୀତ ଆପଣ ଚାହିଁଲେ ଫୋନ୍‌ର Cache ମଧ୍ୟ କ୍ଲିୟର କରିପାରିବେ। ଏହା ଦ୍ୱାରା ନେଟ୍‌ଓ୍ଵାର୍କର ସ୍ପିଡ୍‌ ବଢ଼ିଥାଏ।

ଏଥିସହ APN ସେଟିଂ ବଦଳାଇ ମଧ୍ୟ ଆପଣ ଡାଟାକୁ ସ୍ପିଡ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.